ରଦ୍ଦ ହେବ କଂଗ୍ରେସ ସାଂସଦ ଆଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ ନିର୍ଦ୍ଦେଶ, ସଂସଦ ବିଶେଷାଧିକାର କମିଟିର ମଞ୍ଜୁରୀ
30/08/2023 at 5:28 PM

ନୂଆଦିଲ୍ଲୀ: ପ୍ରତ୍ୟାହାର ହେଲା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଲୋକସଭା ନିଲମ୍ବନ ଆଦେଶ। ଆଜି ସଂସଦର ପ୍ରିଭିଲେଜ କମିଟି(ବିଶେଷାଧିକାର କମିଟି) ଶ୍ରୀ ଚୌଧୁରୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି। ଏହା ପୂର୍ବରୁ ଅଧୀର ରଞ୍ଜନ ସମ୍ପୃକ୍ତ ଘଟଣାରେ କମିଟି ପାଖରେ ହାଜର ହୋଇଥିଲେ। ତାଙ୍କର ମନ୍ତବ୍ୟ କାହାକୁ ଆଘାତ ଦେବାର ନଥିଲା ବିଲୋ ଶ୍ରୀ ଚୌଧୁରୀ କହିଥିଲେ।
ସୂଚନା ଥାଉକି ଅଗଷ୍ଟ ୧୧ ତାରିଖରେ ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଅଧୀର ରଞ୍ଜନ ଅଶୋଭନୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଆଲୋଚନା ବେଳେ ଶ୍ରୀ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଳାତକ ବ୍ୟବସାୟୀ ନିରବ ମୋଦୀ ଓ ଧୃତରାଷ୍ଟ୍ର ସହ ତୁଳନା କରିଥିଲେ।
ଏନେଇ ଅଧୀର ରଞ୍ଜନ ଚୌଧୁରୀ ଆଜି ଲୋକସଭା ବିଶେଷାଧିକାର କମିଟି ପାଖରେ ହାଜର ହୋଇଥିଲେ। କହିଥିବା କଥା ପ୍ରତି ପଶ୍ଚାତାପ କରିବା ସହ କାହାକୁ ହାନୀ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥଲା ବୋଲି ଅଧୀର ରଞ୍ଜନ କହିଥିଲେ। ଏହାପରେ କମିଟି ତାଙ୍କ ନିଲମ୍ବନ ନିର୍ଦ୍ଦେଶକ ପ୍ରତ୍ୟାହାର ପାଇଁ ମଞ୍ଜୁରୀ ଦେଇଛି।
ଏହାପରେ ବିଜେପି ସଦସ୍ୟ ସୁନୀଲ କୁମାର ସିଂହଙ୍କ ନେତୃତ୍ୱରେ ସଂସଦୀୟ କମିଟି ଚେୟାରମ୍ୟାନଙ୍କ ଜରିଆରେ ଲୋକସଭା ସ୍ପିକର ଓମ୍ ବିର୍ଲାଙ୍କ ପାଖରେ ଏନେଇ ରିପୋର୍ଟ ଦେବ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଧୀରଙ୍କ ନିଲମ୍ବନ ନେଇ ପ୍ରସ୍ତାବ ଆଣିଥିଲେ। ଅଧୀର ବାରମ୍ବାର ବାରମ୍ବାର ଏଭଳି ଆଶୋଭନୀୟ ମନ୍ତବ୍ୟ ଦେଉଥିବା ଶ୍ରୀ ଯୋଶୀ ଅଭିଯୋଗ କରିଥିଲେ।