ସଂସଦରେ ଶାରୀରିକ ଉତ୍ପୀଡନ ଅଭିଯୋଗ ଆଣିଲେ କଂଗ୍ରେସର ମହିଳା ସାଂସଦ, ବାଚସ୍ପତିଙ୍କୁ ଲେଖିଲେ ପତ୍ର

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ ୨।୩: କଂଗ୍ରେସର ମହିଳା ସାଂସଦ ରମ୍ୟା ହରିଦାସ ସୋମବାର ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖି ସଂସଦରେ ତାଙ୍କପ୍ରତି ଶାରୀରିକ ଉତ୍ପୀଡନର ଅଭିଯୋଗ ଆଣିଛନ୍ତି। ସଂସଦରେ ବିଜେପି ସାଂସଦ ଜସକୌର ମିଣା ତାଙ୍କ ଉପରେ ଏଭଳି ଉତ୍ପୀଡନ କରିଥିବାର ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ହିଂସାକୁ ନେଇ ସଂସଦ  ସରଗରମ ଥିବା ବେଳେ ମିଣା ତାଙ୍କପ୍ରତି ଏଭଳି ଆଚରଣ କରିଥିବାର ଉଲ୍ଲେଖ କରିଛନ୍ତି।

{"id":231754,"width":582,"height":384,"sizeSlug":"large"}

୩୧ ବର୍ଷ ବସ୍କା ରମ୍ୟା କେରଳ ଆଲାଥୁରରୁ ସାଂସଦ ନିର୍ବାଚିତ ହୋଇଛନ୍ତି। ଅତୀତରେ ସେ କେନ୍ଦ୍ର ରାଜ୍ୟମନ୍ତ୍ରୀ ମଧ୍ୟ ଥିଲେ। ତେବେ ଜସକୌର ମିଣା ଦୋସା ସିଟରୁ ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି। ସୋମବାର ଅପରାହ୍ଣ ୩ଟା ବେଳେ ତାଙ୍କ ସହ ସଂସଦରେ ଏହି ଘଟଣା ଘଟିଥିଲା। ସଂସଦରେ ତାଙ୍କ ସହ ଏଭଳି ଘଟଣା ନୂଆ ନୁହେଁ। ତାଙ୍କ ସହ ଏଭଳି ବାରମ୍ବାର ହେଉଥିବା ଅଭିଯୋଗ କରିଛନ୍ତି। କାରଣ ସେ ଦଳିତ ଓ ମହିଳା ବୋଲି ଉଲ୍ଲେଖ କରିଛନ୍ତି।

{"id":231755,"width":577,"height":320,"sizeSlug":"large"}

ସଂସଦର ଗତ ଶୀତ ଅଧିବେଶନ କାଳରେ ମଧ୍ୟ କଂଗ୍ରେସ୍ ରମ୍ୟା ଓ ଅନ୍ୟ ଜଣେ ସାଂସଦଙ୍କ ପ୍ରତି ସଂସଦରେ ମାର୍ଶଲ ଅଭଦ୍ର ଆଚରଣ କରିଥିବାର ଅଭିଯୋଗ କରିଥିଲା। ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସଂସଦରେ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ସେ ସମୟରେ ମଧ୍ୟ ଦୁଇ ସାଂସଦ ଓମ ବିରଲାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.