ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହନ୍ତି ଗେହଲଟ୍‌ ଗୋଷ୍ଠୀ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକଙ୍କ ମେଳି

25/09/2022 at 7:26 PM

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସର ବିଧାୟକ ଦଳର ବୈଠକ ୭ଟାରୁ ଆରମ୍ଭ ହେଉଛି। ବୈଠକରେ ଯୋଗ ଦେବା ପାଇଁ କଂଗ୍ରେସ ବିଧାୟକଙ୍କ ଆଗମନ ଆରମ୍ଭ ହୋଇ ଯାଇଛି। ଏଥିରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଧାୟକଙ୍କ ମତାମତ ନିଆଯିବ। ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକନ ପହଞ୍ଚି ସାରିଛନ୍ତି। ଏହା ପୂର୍ବରୁ ବିଧାୟକ ଦୁଇ ଗୋଷ୍ଠୀରେ ବିଭାଜନ ହେଉଥିବା ଦେଖିବାକୁ ମିଳିଛି। ଗେହଲଟ୍‌ ଗୋଷ୍ଠୀ ମୁଣ୍ଡ ନୁଆଁଇବାକୁ  ପ୍ରସ୍ତୁତ ନୁହଁନ୍ତି।

ୟୁଡିଏଚ ମନ୍ତ୍ରୀ ଶାନ୍ତି ଧାରିଓ୍ଵାଲଙ୍କ ବାସଭବନରେ ଗେହଲଟ୍ ଗୋଷ୍ଠୀର ସମର୍ଥକ ବିଧାୟକଙ୍କ ମେଳି ଦେଖିବାକୁ ମିଲିଛି। ସେଠାରେ ଡେରା ପକାଇବା ପାଇଁ ଟେଣ୍ଟ ଲଗାଗଲାଣି। ବିଧାୟକ ଦଳ ବୈଠକ ପୂର୍ବରୁ ଏହା ନୂତନ ଘଟଣାକ୍ରମର ସଙ୍କେତ ଦେଉଛି। ଖବର ଲେଖାଯିବା ସୁଦ୍ଧା  ମନ୍ତ୍ରୀ ଶାନ୍ତି ଧାରିଓ୍ଵାଲଙ୍କ ବାସଭବନରେ ଏ ପର୍ଯ୍ୟନ୍ତ ୨୨ ବିଧାୟକ ପହଞ୍ଚି ସାରିଛନ୍ତି। ଏଠାରୁ ସମସ୍ତ ବିଧାୟକ ବସ୍‌ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯିବେ।

ଏହି ବିଷୟରେ ବିଧାୟକଙ୍କୁ ପଚରା ଯିବାରୁ କେବଳ ଏତିକି କହିଛନ୍ତି ଯେ, ସେମାନଙ୍କୁ ଏଠାକୁ ଡକାଯାଇଛି। ଗେହଲଟ୍‌ଙ୍କ ମନ୍ତ୍ରୀ  ସୁଭାଷ ଗର୍ଗ କହିଛନ୍ତି ବର୍ତ୍ତମାନ ମତାମତ ନିଆଯିବାର ସମୟ ନାହିଁ। ଗେହଲଟ୍‌ଙ୍କୁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରଖାଯିବା ଉଚିତ୍। ଯେଉଁ ଲୋକେ ବିଜେପି ସହଯୋଗରେ ସରକାର ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି, ସେମାନଙ୍କୁ କ୍ଷମତା ଦେବାକୁ ପ୍ରସ୍ତୁତି ଚାଲିଛି। ଏଥିରେ ପାର୍ଟି ଏବଂ ସରକାର ଦୁର୍ବଳ ହୋଇପାରେ। ସହଯୋଗୀ ଦଳଗୁଡିକୁ ପଚରାଯିବା ଉଚିତ୍ ଯେ, ଆଗକୁ ସରକାର କେମିତି ଚାଲିବ। ଗେହଲଟଙ୍କ ଆଉ ଜଣେ ସମର୍ଥକ ମନ୍ତ୍ରୀ ପ୍ରତାପ ସିଂହ ଖାଚରିଆବାସ୍  ଗେହଲଟ୍‌ଙ୍କ ପାଇଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିବୁ ବୋଲି କହିଛନ୍ତି।

   Related Posts