ହରିୟାଣାରେ କଂଗ୍ରେସକୁ କ୍ରସ ଭୋଟିଂ ଡର, ୨୮ ବିଧାୟକ ପହଞ୍ଚିଲେ ଛତିଶଗଡ଼

Published By : Prameya-News7 Bureau | June 02, 2022 IST

ରାୟପୁର ୨।୧: ହରିୟାଣା କଂଗ୍ରେସର ବିଧାୟକ ରାୟପୁରରେ ଛତିଶଗଡ ସରକାରଙ୍କ ଅତିଥି ହୋଇଛନ୍ତି। ଏଥିଲାଗି ଛତିଶଗଡ଼ ପ୍ରଶାସନ ପକ୍ଷରୁ ପୁରା ବ୍ୟବସ୍ଥା କରାଯାଇଛି। ପ୍ରଶାସନିକ ଅମଲା ଓ ପୋଲିସ କେବଳ ବିଧାୟକଙ୍କ ସୁରକ୍ଷା ନୁହେଁ ସେମାନଙ୍କର ସବୁ ଆବଶ୍ୟକତା ମଧ୍ୟ ପୂରଣ କରିବେ। ରାଜ୍ୟସଭା ନିର୍ବାଚନ ପୂର୍ବରୁ ହରିୟାଣା କଂଗ୍ରେସର ୨୮ ବିଧାୟକ ଦିଲ୍ଲୀ ହୋଇ ଗୁରୁବାର ଛତିଶଗଡ଼ ରାଜଧାନୀ ରାୟପୁର ପହଞ୍ଚିଛନ୍ତି।

ରାୟପୁରରେ ବିଧାୟକଙ୍କ ସମୟ କିପରି କଟିବ ସେଥିଲାଗି ମଧ୍ୟ ବିଧାୟକମାନେ କାର୍ଯ୍ୟକ୍ରମ ସ୍ଥିର କରିଆସିଛନ୍ତି। ଏଥିରେ ଏନଆଇଟି ବିଧାନସଭା କ୍ଷେତ୍ରର ବିଧାୟକ ନିରଜ ଶର୍ମା ସବୁ ବିଧାୟକଙ୍କ ସମ୍ମୁଖରେ ରାମକଥା କରିବେ। ସେ ରାମକଥା ପ୍ରବଚକ ମଧ୍ୟ। ସେହିପରି ରାୟପୁରରୁ ୨୭ କିଲୋମିଟର ଦୂର ଚନ୍ଦଖୁରୀ ଗାଁକୁ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ମାତା କୌଶଲ୍ୟାଙ୍କ ଜନ୍ମସ୍ଥାନ ବୋଲି କୁହାଯାଏ। ଏଠାରେ ମାତା କୌଶଲ୍ୟା ମନ୍ଦିର ମଧ୍ୟ ରହିଛି। ବିଧାୟକଙ୍କ ରାୟପୁର ଅବସ୍ଥାନ କାଳରେ କୌଶଲ୍ୟା ମାତା ମନ୍ଦିର ପରିଦର୍ଶନର କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରିତ ହୋଇଛି।

{"id":637478,"width":837,"height":551,"sizeSlug":"full","linkDestination":"none"}

ରାୟପୁରରେ ଅବସ୍ଥାନ କାଳରେ ବିଧାୟକମାନଙ୍କୁ ସେମାନଙ୍କ ମୋବାଇଲ ଫୋନ ବ୍ୟବହାରର ମଧ୍ୟ ରିହାତି ଦିଆଯାଇଛି। ତେବେ ଏଠାରେ ବିଧାୟକଙ୍କ ଉପରେ ଦୀପେନ୍ଦ୍ର ହୁଡ୍ଡା ଓ ଛତିଶଗଡ ସରକାରଙ୍କ ନଜର ମଧ୍ୟ ରହିବ। ବିଧାୟକମାନଙ୍କର ରାୟପୁର ଯାତ୍ରା ନିମନ୍ତେ ମଧ୍ୟାହ୍ନ ୧୨ ବେଳକୁ ଆଗମନ ଆରମ୍ଭ ହୋଇଥିଲା। ବିଧାୟକମାନେ ସେମାନଙ୍କ ଅତ୍ୟାବଶକୀୟ ସାମଗ୍ରୀ ସହ ଦୀପେନ୍ଦ୍ର ହୁଡ୍ଡାଙ୍କ ବାସଭବନରେ ପହଞ୍ଚିବା ଆରମ୍ଭ କରିଥିଲେ। ସର୍ବ ପ୍ରଥମେ ଶକୁନ୍ତଳା ଖଟକ ପହଞ୍ଚିବା ପରେ ଜଣକ ପରେ ଜଣେ ବାକି ୨୮ ଜଣ ବିଧାୟକ ପହଞ୍ଚିଥିଲେ।

ବିଧାୟକମାନେ ରାୟପୁର ବାହାରିବା ପୂର୍ବରୁ ହୁଡ୍ଡାଙ୍କ ଘରେ ଅଜୟ ମାକନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ଅବସରର ମାକନ ମଧ୍ୟ ତାଙ୍କ ମାନ ଇଜ୍ଜତ ଖାତିରରେ ସବୁ ବିଧାୟକଙ୍କୁ ଜଣ ଜଣ କରି ଭୋଟ ନିମନ୍ତେ ନିବେଦନ କରିଥିଲେ। ଏହା ପରେ ବିଧାୟକମାନଙ୍କୁ ହୁଡ୍ଡା ନିବାସରୁ ଭୋଲଭୋ ଗାଡିରେ ବିମାନ ବନ୍ଦର ପର୍ଯ୍ୟନ୍ତ ନିଆଯାଇଥିବା ବେଳେ ସେଠାରୁ ଚାର୍ଟଡ ବିମାନ ଯୋଗେ ପ୍ରଥମେ ଦିଲ୍ଲୀ ଓ ପରେ ରାୟପୁର ପହଞ୍ଚା ଯାଇଛି ଥିଲେ। ଏହି ନିର୍ବାଚନ ଅଙ୍କଗଣିତରେ କଂଗ୍ରେସ ହାତରେ ୩୧ରୁ ଅଧିକ ଭୋଟ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.