‘ରାହୁଲଙ୍କ ପାଖରେ ଝିଅଙ୍କ ଅଭାବ ନାହିଁ, ୫୦ ବର୍ଷର ବୁଢିକୁ କାହିଁକି ଫ୍ଲାଇଂ କିସ୍ ଦେବେ’, କଂଗ୍ରେସ ବିଧାୟିକାଙ୍କ ବିବାଦୀୟ ବୟାନ

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ: ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସ୍ ବିବାଦରେ ଏବେ ନୂଆ ବିବାଦ ଯୋଡି ହୋଇଛି । ବିହାରର କଂଗ୍ରେସ ବିଧାୟକ ନୀତୁ ସିଂ ଏକ ଆପତ୍ତିଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଫ୍ଲାଇଂ କିସ୍ ଦେବା ଲାଗି ରାହୁଲ ଗାନ୍ଧୀଙ୍କ ପାଖରେ ଝିଅଙ୍କ ଅଭାବ ନାହିଁ । ଯଦି ସେ କାହାକୁ ଫ୍ଲାଇଂ କିସ୍ ଦେବାକୁ ଚାହିଁବେ ତେବେ ସେ ସ୍ମୃତି ଇରାନୀଙ୍କ ପରି ୫୦ ବର୍ଷୀୟ ବୁଢିଙ୍କୁ କାହିଁକି ଦେବେ ?

ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସ୍ ଉପରେ ବିବାଦ, ବାଚସ୍ପତିଙ୍କ ପାଖରେ ପହଞ୍ଚିଲା ମାମଲା

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଆସିଥିବା ଅଭିଯୋଗକୁ ନେଇ ନୱାଦା ଜିଲ୍ଲାର ହିସୁଆ ଆସନରୁ କଂଗ୍ରେସ ବିଧାୟକ ନୀତୁ ସିଂଙ୍କୁ ପ୍ରଶ୍ନ କରାଯାଇଥିଲା । ଏଥିରେ ସେ ବିଜେପି ସରକାରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ୍ କରି ଆପତ୍ତିଜନକ ଟିପ୍ପଣୀ କରିଥିଲେ । କଂଗ୍ରେସ ବିଧାୟିକା କହିଥିଲେ- 'ରାହୁଲ ଜୀଙ୍କ ପାଖରେ ଝିଅଙ୍କ ଅଭାବ ନାହିଁ । ଯଦି ତାଙ୍କର ଫ୍ଲାଇଂ କିସ୍ ଦେବାର ଅଛି ତ କୌଣସି ଝିଅକୁ ଦେବେ, ୫୦ ବର୍ଷର ବୁଢିଙ୍କୁ କାହିଁକି ଫ୍ଲାଇଂ କିସ୍ ଦେବେ । ଏହି ସବୁ ଅଭିଯୋଗ ଭିତ୍ତିହୀନ'।

କଂଗ୍ରେସ ବିଧାୟିକାଙ୍କ ଏହି ବୟାନକୁ ନେଇ ଏବେ ବିଜେପି ଆକ୍ରାମକ ହୋଇଛି । ବିଜେପି ନେତାମାନେ ନୀତୁ ସିଂହଙ୍କ ବୟାନକୁ କଡ଼ ଶବ୍ଦରେ ନିନ୍ଦା କରିଛନ୍ତି । ବିଜେପି ମୁଖପାତ୍ର ଗୌରବ ଭାଟିଆ ଏଭଳି ବୟାନକୁ ନିନ୍ଦା କରି ଏହାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି। ବିଜେପିର ଅନ୍ୟଜଣେ ମୁଖପାତ୍ର ଶହଜାଦ ପୁନାୱାଲା ମଧ୍ୟ କଂଗ୍ରେସ ବିଧାୟିକାଙ୍କ ବୟାନକୁ ନିନ୍ଦା କରିଛନ୍ତି।

Also read: ଲୋକସଭା ଟିଭିରେ ନାହିଁ ରାହୁଲ ଗାନ୍ଧିଙ୍କ ଫ୍ଲାଇଂ କିସ୍‌ ଦୃଶ୍ୟ, ପ୍ରମାଣ ପାଇଁ ଏବେ ଖୋଜା ଯାଉଛି CCTV ଫୁଟେଜ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.