ଦୁଷ୍କର୍ମ ପରେ ୫ ମାସ ଫେରାର, ଗିରଫ ପରେ ପୋଲିସ ସାମ୍ନାରେ ଦାଦାଗିରି ଦେଖାଇଲା ବିଧାୟକଙ୍କ ପୁଅ

Published By : Prameya-News7 Bureau | October 26, 2021 IST

ଇନ୍ଦୋର ୨୬/୧୦: ଥାନା ଭିତରେ ଦୁଷ୍କର୍ମକାରୀର ଦାଦାଗିରି । ପୋଲିସକୁ ନାଲି ଆଖି ଦେଖାଇଲା ଦୁଷ୍କର୍ମ ଅଭିଯୁକ୍ତ। ୫ ମାସ ଫେରାର ଥିବା କଂଗ୍ରେସ ବିଧାୟକ କରଣ ମୋରଓ୍ବାଲଙ୍କ ପୁଅ କରଣ ମୋରଓ୍ବାଲକୁ ମହିଳା ଥାନା ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ସାମ୍ନାରେ ଦାଦାଗିରି ଦେଖାଇଛି ଅଭିଯୁକ୍ତ । ମୁହଁରୁ ମାସ୍କ ହଟାଇବାକୁ ପୋଲିସ କର୍ମଚାରୀ ହାତ ବଢ଼ାଇବାରୁ କରଣ ତାଙ୍କ ହାତକୁ ଛାଟି ଦେଇ ଆଗକୁ ଚାଲିଯାଇଥିଲା । ପୋଲିସ କିରଣ ଉପରେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଜଣେ ମହିଳା ନେତାଙ୍କୁ ଦୁଷ୍କର୍ମ ମାମଲାରେ ଉଜୈନ ଜିଲ୍ଲାର କଂଗ୍ରେସ ବିଧାୟକ ମୁରଲୀ ମୋରଓ୍ବାଲଙ୍କ ପୁଅ କରଣକୁ ମଙ୍ଗଳବାର ପୋଲିସ ଗିରଫ କରିଛି ।

ପୋଲିସର କହିବା ଅନୁଯାୟୀ, ବିବାହର ପ୍ରଲୋଭନ ଦେଖାଇ ମହିଳା ନେତାଙ୍କୁ କରଣ ଦୁଷ୍କର୍ମ କରିଥିଲା । ଏହା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପୋଲିସ କରଣ ମୁଣ୍ଡ ଉପରେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ତେବେ ୫ ମାସ ପରେ କରଣ ପୋଲିସ ହାତରେ ଧରାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.