୪ର୍ଥ ଦିନରେ ସିଏମ୍‌ସି ବିରୋଧୀ ଦଳ କର୍ପୋରେଟରଙ୍କ ଧାରଣା, କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସମର୍ଥନ

Published By : Prameya-News7 Bureau | November 16, 2023 IST

କଟକ ୧୬।୧୧: କଟକ ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପି ଦଳର କର୍ପୋରେଟର ମାନଙ୍କର ଧାରଣା ଚତୁର୍ଥ ଦିନରେ ପହଞ୍ଚିଛି । ହାଡ଼ିଆପଠା ଜମି ଦୁର୍ନୀତି, ବାଲିଯାତ୍ରା ପାଇଁ ହୋଇଥିବା ଖର୍ଚ୍ଚର ଯାଞ୍ଚ ଓ ଅର୍ବାନ ହାଟ ପିଣ୍ଡି ଆବଣ୍ଟନ ଅନିୟମିତତା ବିରୁଦ୍ଧରେ ସିଏମ୍ସି ସମ୍ମିଳନୀ କକ୍ଷରେ କର୍ପୋରେଟରମାନେ ଧାରଣା ଜରି ରଖିଥିବା ବେଳେ କାର୍ଯ୍ୟଳୟ ବାହାରେ ଦଳୀୟ କର୍ମୀମାନେ ଧାରଣା ଜାରି ରଖିଛନ୍ତି ।

ଗୁରୁବାର ମହାନଗର ନିଗମର କାର୍ଯ୍ୟାଳୟରେ ପହଞ୍ଚି ଧାରଣାରତ କର୍ପୋରେଟରମାନଙ୍କୁ ସମର୍ଥନ ଜଣାଇଥିଲେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କଟକ ମହାନଗର ନିଗମର ମେୟର ଓ କମିଶନରଙ୍କୁ ଟାର୍ଗେଟ କରିବା ସହ ତୁରନ୍ତ ଏହାର ସମାଧାନ କରିବା ପାଇଁ ଦାବି କରିଛନ୍ତି। ସୁରେଶ ରାଉତରାୟଙ୍କ ସହ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ଆସି ଧାରଣାସ୍ଥଳରେ ପହଞ୍ଚିଥିଲେ । ଧାରଣାରେ ବସିଥିବା କର୍ପୋରେଟରମାନେ ଧାରଣାରୁ ଉଠିବା ପାଇଁ ନାରାଜ । ହରିଲୁଟର ହିସାବ ନଦେଇ କାହିଁକି ମେୟର କମିଶନର ସିଟ୍‌ରୁ ଉଠିଗଲେ ସେଥିପାଇଁ ଜିଦ୍ ଧରି ବସିଛନ୍ତି ସମସ୍ତେ ।

ଅନ୍ୟପଟେ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ବିରୋଧୀମାନେ ସହଯୋଗ ଯଦି ନକରିବେ ଓ କଟକ ପ୍ରଗତିରେ ହାତ ନବଢାଇବେ ତେବେ ଆଲୋଚନା କରିବା ଅସମ୍ଭବ ବୋଲି କଟକ ମେୟର ସୁବାସ ସିଂ କହିଛନ୍ତି ।

You Can Read:

wp:embed {"url":"https://www.prameyanews7.com/health-secretary-apologized-to-high-court/","type":"wp-embed","providerNameSlug":"prameya-news-7"}
https://www.prameyanews7.com/health-secretary-apologized-to-high-court/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.