କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କଲେ ବିଧାୟକ ପ୍ରଫୁଲ୍ଲ ମାଝୀ

Published By : Prameya-News7 Bureau | January 16, 2019 IST

ଭୁବନେଶ୍ବର ୧୬|୧: କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ପ୍ରଫୁଲ୍ଲ ମାଝୀ । ନବ ଦାସଙ୍କ ସହ ତାଙ୍କର ଯିବାର ନାହିଁ ବୋଲି ସେ ରୋକଠୋକ୍ କହିଛନ୍ତି । ଚର୍ଚ୍ଚା କାହିଁକି ହେଉଛି ଜାଣିନାହିଁ ବୋଲି କହିଲେ ପ୍ରଫୁଲ୍ଲ ମାଝୀ । ଚର୍ଚ୍ଚା ପାଇଁ ଗଣମାଧ୍ୟମ ଦାୟୀ ନା ଲୋକେ ଦାୟୀ । ଯେଉଁ ଚର୍ଚ୍ଚା ହେଉଛି ଚର୍ଚ୍ଚା ଜାଗାରେ ରହିଲେ ଭଲ ବୋଲି ସେ କହିଛନ୍ତି । ତାଙ୍କର କଂଗ୍ରେସ ଛାଡିବାର ନାହିଁ । ସେ କଂଗ୍ରେସରେ ରହିଥିଲି ରହିଛି ରହିବି ବୋଲି କହିଛନ୍ତି ପ୍ରଫୁଲ୍ଲ । ସବୁ ବିଧାୟକ କଂଗ୍ରେସ ଦଳ ଛାଡିଲେ ମଧ୍ୟ ସେ ଦଳ ଛାଡିବେ ନାହିଁ ବୋଲି କହିଛନ୍ତି । କଂଗ୍ରେସ ଦଳ ଛାଡିବାର ଚିନ୍ତା ମଧ୍ୟ ସେ କରିନାହାନ୍ତି । ରାହୁଲ ଗାନ୍ଧିଙ୍କ ସଭାକୁ ସେ ନଯିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.