ନୂଆଦିଲ୍ଳୀ, ୦୨/୦୧: କଂଗ୍ରେସ ବିଧାୟକଙ୍କୁ ମହଙ୍ଗା ପଡ଼ିଲା ନୂଆବର୍ଷ ପାଳନ। ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ନେବ ମଧ୍ୟପ୍ରଦେଶ ପୋଲିସ। ପ୍ରକୃତରେ ଏହି ବିଧାୟକ ଜଣକ ନୂଆବର୍ଷ ପାଳନ ସମୟରେ ଖୁସିରେ ବନ୍ଧୁକ ଚଳାଇଥିଲେ। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।
ଏହି ଭିଡିଓରେ ବିଧାୟକ ସୁନୀଲ ସରାଫ୍ ଏକ ବନ୍ଧୁକ ଧରି ନାଚୁଥିବାର ଦେଖାଯାଉଛନ୍ତି ତାଙ୍କ ସହ ଆଉ ୪ ଜଣ ମଧ୍ୟ ଡାନ୍ସ କରୁଥିବାର ଦେଖାଯାଉଛି। ଆଉ ନୂଆବର୍ଷ ପାଳନ ଖୁସିରେ ବିଧାୟକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରିଥିଲେ। ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ଯେ ଅନୁପୁର ଏସପିଙ୍କୁ ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ ଅକ୍ଟୋବରରେ ଏହି କଂଗ୍ରେସ ବିଧାୟକଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଗିରଫ କରାଯାଇଥିଲା। ଅଭିଯୋଗ ହୋଇଥିଲା ନିଶାଶକ୍ତ ଅବସ୍ଥାରେ ରେଓ୍ବାନଚଲ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ।