oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ପଞ୍ଜାବ: କାମ କଥା ପଚାରିଲେ ଲୋକଙ୍କୁ ବାଡଉଛନ୍ତି କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

20/10/2021 at 3:30 PM

ଚଣ୍ଡିଗଡ ୨୦।୧୦: ପଞ୍ଜାବ କଂଗ୍ରେସରେ ଅସନ୍ତୋଷ ଥମିବାର ନାଁ ନେଉନି। କେତେବେଳେ ଦଳରେ ଆଭ୍ୟନ୍ତରିଣ କନ୍ଦଳ ତ କେତେବେଳେ ଜନତାଙ୍କ ଅସନ୍ତୋଷ ଏବେ ରାଜ୍ୟରେ କଂଗ୍ରେସ ସରକାର ଅଶାନ୍ତି ମଧ୍ୟକୁ ଠେଲି ହୋଇଯାଇଛି। କଂଗ୍ରେସ ବିଧାୟକ ଯୋଗେନ୍ଦ୍ର ପାଲ ସିଂହଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳିରେ ଲୋକେ କାମ କଥା ପଚାରିଛନ୍ତି। ଏଥିରେ ସେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚାପୁଡା କଷିବାର ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହେବା ରାଜ୍ୟରେ ଦଳର ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି।

ଭିଡିଓରେ ଯୋଗେନ୍ଦ୍ର ପାଲ ସିଂହଙ୍କୁ ଧଳା କୁର୍ତ୍ତାରେ ଦେଖା ଯାଉଛି। ପଠାନକୋଟ ଜିଲ୍ଲା ଭୋଆରେ ଲୋକଙ୍କ ଏକ ସମୂହକୁ ସେ ସମ୍ବୋଧିତ କରୁଥିବା ବେଳେ କଳାରଙ୍ଗର ସାର୍ଟ ଓ ପ୍ୟାଣ୍ଟ ପିନ୍ଧିଥିବା ଜନୈକ ବ୍ୟକ୍ତି ତାଙ୍କ ନିକଟକୁ ଆସି ତାଙ୍କଠାରୁ ମାଇକ୍ରୋଫୋନ ନେଇ କିଛି କହିବାକୁ ଉଦ୍ୟମ କରିବା ବେଳେ ବିଧାକ ତାଙ୍କୁ ଧରିପକାଇ ଜାବୁଡା କଷୁଥିବାର ଦେଖାଯାଉଛି। ଏଥିରେ ବିଧାୟକଙ୍କୁ ପୋଲିସ ଓ ସମର୍ଥକ ସହାୟତା କରୁଛନ୍ତି। ଭିଡିଓକୁ କେହି ଏବେ ସୋସିଆଲ ମିଡିଆରେ ଅପଲୋଡ କରିଦେଇଛି।

ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯୁବକ ବିଧାୟକଙ୍କୁ ୫ ବର୍ଷର କାର୍ଯ୍ୟକାଳରେ ବିଧାନସଭା ନିର୍ବାଚନ ମଣ୍ଡଳି ଲାଗି କଣ କରିଛ ପଚାରିବା ଯୋଗୁ ତାଙ୍କ ରୋଷର ଶିକାର ହୋଇଛି। ଏହି ଭିଡିଓ ନେତାଙ୍କ ହତାସାକୁ ପ୍ରମାଣିତ କରୁଛି। ରାଜ୍ୟ କଂଗ୍ରେସରେ ନଭଜ୍ୟୋତ ସିଂହ ସିଦ୍ଧୁଙ୍କ ଏଣ୍ଟ୍ରି ପରଠାରୁ ଦଳର ପରିସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ଏଥିରେ ଜଣେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଥିବା ବେଳେ ଏଆଇସିସି ମନୋନୀତ କରିଥିବା ମୁଖ୍ୟମନ୍ତ୍ରୀ ମଧ୍ୟ ଇସ୍ତଫାର ଧମକ ଦେଉଛନ୍ତି।

ଆଉ ୨ ମାସ ପରେ ଆୟୋଗ ବିଧାନସଭା ନିର୍ବାଚନ ଘୋଷଣା କରିପାରନ୍ତି। ସିଦ୍ଧୁ ନିଜେ ମୁଖ୍ୟମନ୍ତ୍ରୀ ହୋଇ ଏହି ୬୦ ଦିନରେ ନିଜର ଧାର୍ଯ୍ୟ ଲକ୍ଷ ହାସଲ କରନ୍ତୁ ବୋଲି ନୂଆ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ଜଣେ ବିଧାୟକ ନିଜ ନିର୍ବାଚନମଣ୍ଡଳିରେ ଲୋକଙ୍କୁ ବାଡେଇବା ଘଟଣା ରାଜ୍ୟରେ କଂଗ୍ରେସର ବର୍ତ୍ତମାନ ପରିସ୍ଥିତିର ପ୍ରମାଣ ଦେଉଛି ବୋଲି ଲୋକେ କହୁଛନ୍ତି।

   Related Posts