oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଆଜି ବସିବ କଂଗ୍ରେସର ସଂସଦୀୟ କମିଟି ବୈଠକ, ନିର୍ବାଚନ ଓ ବଜେଟ୍‌ ଅଧିବେଶନ ନେଇ ହେବ ଆଲୋଚନା 

28/01/2022 at 8:32 AM

ନୂଆଦିଲ୍ଲୀ ୨୮।୦୧ : ଆଜି କଂଗ୍ରେସ ଭବନରେ ହେବାକୁ ଯାଉଛି କଂଗ୍ରେସର ସଂସଦୀୟ ରଣନୀତି ସମୂହଙ୍କର ବୈଠକ । ଏହି ବୈଠକରେ ଆଗାମୀ ବଜେଟ ଅଧିବେଶନରେ ରଣନୀତି କଣ ରହିବ। ଏହା ସହିତ ୫ ରାଜ୍ୟର ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ।

ଖବର ଅନୁଯାୟୀ, ପ୍ରତ୍ୟେକ ବର୍ଷ ସଂସଦ ଆରମ୍ଭ ପୂର୍ବରୁ ବିଭିନ୍ନ ବିଷୟରେ ସାଂସଦରେ କିଭଳି ଉପସ୍ଥାପନ କରାଯିବ ତାକୁ ନେଇକି ଆଲୋଚନା ହୋଇଥାଏ ।  ଆଜି ଏହି ବୈଠକ ଭର୍ଚୁଆଲ ମୋଡ଼ ହେବ ଯାହାର ଅଧ୍ୟକ୍ଷତା କରିବେ ସୋନିଆ ଗାନ୍ଧୀ । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମଲ୍ଲିକାର୍ଜୁନ ଖେଡ୍‌ଗେ, ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିବେ । ଫେବୃଆରୀ ପହିଲାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ୩୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମ ଉପସ୍ଥାପନ କରିବେ ଅର୍ଥନୈତିକ ସର୍ଭେ ରିପୋର୍ଟ । ଚଳିତ ବର୍ଷ କୋଭିଡ଼ ଯୋଗୁଁ ରାଜ୍ୟସଭା ଓ ଲୋକସଭା ଅଲଗା ଅଲଗା ସମୟରେ ଆରମ୍ଭ ହେବ ।

   Related Posts