ଦିଲ୍ଲୀରେ କଂଗ୍ରେସର କସରତ : କଂଗ୍ରେସ ହାତ ଛାଡିଛନ୍ତି ବିଧାୟକ ପ୍ରକାଶ ବେହେରା

Published By : Prameya-News7 Bureau | March 16, 2019 IST

ନୂଆଦିଲ୍ଲୀ ୧୬/୩ : ୮୧ ପ୍ଲସ ଟାର୍ଗେଟ ପୂରଣ କରିବା ପାଇ କଂଗ୍ରେସ ଚଳାଇଛି କସରତ। ରାହୁଲ ଗାନ୍ଧୀଙ୍କୁ ଡକାଇ ଘନ ଘନ ସଭା କରିବାରେ ଲାଗିଛି ଦଳ। ଦିଲ୍ଲୀରେ ଟିକେଟ ଚୂଡାନ୍ତ ପାଇଁ କଂଗ୍ରେସ ପକ୍ଷରୁ ମାରାଥନ ବୈଠକ ଚାଲିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ବିଧାୟକ ପ୍ରକାଶ ବେହେରା, ଯାହାକୁ ନେଇ କଂଗ୍ରେସ କ୍ୟାମ୍ପରେ କମ୍ପନ। …

{"id":94230}


ଟିକେଟ ପାଇଁ ଦିଲ୍ଲୀରେ କଂଗ୍ରେସର କସରତ। ଚତୁର୍ଥ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡାନ୍ତ ପାଇଁ ଚାଲିଛି ବୈଠକ। ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ପାଇଁ ପିଇସିରୁ ଆସିଥିବା ପ୍ରାର୍ଥୀଙ୍କ ତାଲିକା ଉପରେ ଚାଲିଛି ଆଲୋଚନା। କେଉଁ ସିଟରେ ମହିଳାଙ୍କୁ ପ୍ରାର୍ଥୀ କଲେ ଦଳକୁ ଫାଇଦା ମିଳବ ସେ ନେଇ ଅଙ୍କ କଷୁଛି ସ୍କ୍ରିନିଂ କମିଟି। ଏପଟେ ପ୍ରଥମ ପ୍ରର୍ଯ୍ୟାୟରେ ସ୍କ୍ରିନିଂ କମିଟି ପଠାଇଥିବା ତାଲିକାକୁ ଚୂଡାନ୍ତ କରିବାକୁ ସିଇସି ବୈଠକରେ ଆଲୋଚନା ହୋଇଛି। ୧୮ ତାରିଖରେ ଦ୍ବିତୀୟ ସିଇସି ବୈଠକ ବସିବ। ଖୁବ୍ ଶିଘ୍ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। …

{"id":94231}


ଦିଲ୍ଲୀରେ ଟିକେଟ ଚୂଡାନ୍ତ ପାଇଁ ମାରାଥନ ବୈଠକ ଚାଲିଥିବା ବେଳେ କଂଗ୍ରେସ ହାତ ଛାଡିଛନ୍ତି ବିଧାୟକ ପ୍ରକାଶ ବେହେରା। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ବାରମ୍ଭାର ଅଣାଦେଖା କରାଯାଉଥିଲା।

{"id":94234}

ଏ ସମ୍ପର୍କରେ ଶୀର୍ଷ ନେତୃତ୍ବକୁ ଜଣାଇବା ପରେ ମଧ୍ୟ କୌଣସି ଲାଭ ହୋଇନଥିଲା, ତେଣୁ ସେ ବାଧ୍ୟ ହୋଇ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଛନ୍ତି । ସେପଟେ ପ୍ରକାଶଙ୍କ ଇସ୍ତଫା ଯୋଗୁଁ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ପ୍ରକାଶଙ୍କୁ ଟକ୍କର ଦେବା ପାଇଁ ସାଲେପୁରରେ ମାନସ ଚୌଧୁରୀଙ୍କୁ ପ୍ରାର୍ଥୀ କରାଇବା ପାଇଁ ଦଳ ଯୋଜନା କରୁଛି। …

{"id":94232}


କଂଗ୍ରେସ ୮୧ ପ୍ଲସର ଲକ୍ଷ୍ୟ ପୂରଣ କରିବା ପାଇଁ ଟିକେଟ କସରତ ଚଳାଇଥିବା ବେଳେ ଜଣକ ପରେ ଜଣେ ତିନି ଜଣ ବିଧାୟକ ଦଳ ଛାଡିଲେଣି । ଯାହା ଏବେ ଦଳ ପାଇଁ ଚିନ୍ତାର କାରଣ ହୋଇଛି।

{"id":94233}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.