Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଦିଲ୍ଲୀ ଯାଇଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ; ଜିଲ୍ଲା କମିଟି ପୁନଃଗଠନ ନେଇ ହେବ ନିଷ୍ପତ୍ତି

9/06/2018 at 7:02 AM

ଦିଲ୍ଲୀ ଯାଇଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସମୀକ୍ଷା ବୈଠକ କରିବେ । ପିସିସି ନୂଆ ଟିମ୍ କୁ ଦିଆଯାଇଥିବା ଟାସ୍କ୍ ର ସମୀକ୍ଷା କରିବେ । ଦେଢ଼ ମାସ ଭିତରେ ଦିଆଯାଇଥିବା ଟାର୍ଗେଟ୍ ଅନୁଯାୟୀ କାମ ହେଉଛି କି ନାହିଁ ତାହା ସମୀକ୍ଷା କରିବେ । ଏନେଇ ଗତକାଲି ସଂନ୍ଧ୍ୟାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରୀ ଜିତେନ୍ଦ୍ର ସିଂ, ୩ ଜଣ ଯାକ କାର୍ଯ୍ୟକାରୀ ସଭାପତି ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଜି ପୂର୍ବାହ୍ନ ୧୧ଟାରେ ବସିବ ସମୀକ୍ଷା ବୈଠକ । ବୈଠକରେ ପୂରା ଟିମ୍ ଉପସ୍ଥିତ ରହିବ । ପିସିସି ଟିମ୍ ମେ ମାସ ଭିତରେ ଜିଲ୍ଲା କମିଟି ମିଟିଂ ସାରିବାକୁ ଲକ୍ଷ୍ୟ ରଖିଥିଲା । ସେହି ଅନୁସାରେ ଗୁରୁବାର ଜଗତସିଂହପୁର ଏବଂ ଶନିବାର ଅନୁଗୋଳ ଜିଲ୍ଲାର ବୈଠକ ଶେଷ ହୋଇଛି । ରାହୁଲ ଗାନ୍ଧୀଙ୍କ ପାଖରେ ଜିଲ୍ଳା କମିଟିର ପୁନର୍ଗଠନ ପ୍ରସ୍ତାବ ରଖିଛି କମିଟି । ୧୫ ଜଣ ଜିଲ୍ଲା ସଭାପତିଙ୍କ ପରିବର୍ତ୍ତନ ପାଇଁ ସୁପାରିଶ କରିଛି ଟିମ୍ । ରାହୁଲ ଗାନ୍ଧୀଙ୍କ ଅନୁମୋଦନ ପରେ ବଦଳିବେ ୧୫ଟି ଜିଲ୍ଲାର ସଭାପତି ।

Leave a Reply

   Related Posts