ହିମାଚଳରେ କ୍ରସ୍ ଭୋଟିଂ, ଶାସକ ଦଳ ପ୍ରାର୍ଥୀକୁ ହରାଇ ରାଜ୍ୟସଭା ନିର୍ବାଚନ ଜିତିଲେ ବିଜେପିର ହର୍ଷ ମହାଜନ

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ: କ୍ରସ୍ ଭୋଟିଂକୁ ନେଇ କଂଗ୍ରେସର ଚିନ୍ତା ଭିତରେ ହିମାଚଳରେ ରାଜ୍ୟସଭା ନିର୍ବାଚନ ପରିଣାମ ଘୋଷଣା ହୋଇଛି । ବିଜେପି ପ୍ରାର୍ଥୀ ହର୍ଷ ମହାଜାନ ରାଜ୍ୟସଭା ନିର୍ବାଚନ ଜିତିଛନ୍ତି । ରାଜ୍ୟରେ ଶାସକ ଦଳ କଂଗ୍ରେସର ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଘଭୀଙ୍କୁ ହରାଇ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦୁଇ ପ୍ରାର୍ଥୀଙ୍କୁ ୩୪-୩୪ ଭୋଟ ମିଳିଥିଲା । ଏହାପରେ ଡ୍ର' ଅଫ୍ ଲଟ୍ସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନିର୍ବାଚନ ପରିଣାମ ସାମନାକୁ ଆସିବା ପରେ ବିଧାୟକମାନେ କ୍ରସ୍ ଭୋଟିଂ କରିଥିବା ସ୍ପଷ୍ଟ ହୋଇଛି ।

wp:html

/wp:html

ବିଜେପି ପ୍ରାର୍ଥୀ ହର୍ଷ ମହାଜନ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚନ ହାରି ନାହାନ୍ତି । ବର୍ତ୍ତମାନ ସମୟରେ ମହାଜନ ବିଜେପିର କୋର ଗ୍ରୁପର ସଦସ୍ୟ ଅଛନ୍ତି । ହର୍ଷ ମହାଜନ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ବୀରଭଦ୍ର ସିଂଙ୍କ ଘନିଷ୍ଠଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ତାଙ୍କର ପ୍ରମୁଖ ରଣନୀତିକାର ମଧ୍ୟ ଥିଲେ । ହର୍ଷ ମହାଜନ ଚମ୍ୱା ବିଧାନସଭା ଆସନରୁ ତିନି ଥର ବିଧାୟକ ହୋଇଛନ୍ତି ।

ହିମାଚଳ ପ୍ରଦେସର ୬୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ପାଖରେ ୪୦ ଆସନ ରହିଛି । ଏହାସହ ତିନି ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି । କଂଗ୍ରେସ ଦଳର ବରିଷ୍ଠ ନେତା ତଥା ସୁପ୍ରିମକୋର୍ଟ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀଙ୍କୁ ମୈଦାନକୁ ଓହ୍ଲାଇଥିଲା । ଅନ୍ୟପଟେ ବିଜେପି ହର୍ଷ ମହାଜନଙ୍କୁ ପ୍ରାର୍ଥୀ କରି ନିର୍ବାଚନକୁ ରୋଚକ କରିଥିଲା ।

Also Read: କ୍ରସ୍ ଭୋଟିଂ ଆଶଂକା ଭିତରେ ସିଏମ୍ ସୁଖୁଙ୍କ ବଡ଼ ଅଭିଯୋଗ, କହିଲେ-ଆମ ବିଧାୟକଙ୍କୁ ଅପହରଣ କରାଯାଇଛି  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.