CWC ବୈଠକରେ ପୁଣି ସୁପାରିସ ହେବ ରାହୁଲଙ୍କ ନାମ, ପ୍ରସ୍ତୁତିରେ ନେତା

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ବରିଷ୍ଠ ନେତାଙ୍କ ପତ୍ର ପରେ ଦଳରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଏଥିରେ ସୋମବାର ଅନୁଷ୍ଠିତ ହେବାକୁ ଯାଉଥିବା କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲୁସି) ବୈଠକରେ ପୁଣି ଥରେ ଅଧ୍ୟକ୍ଷ ପଦ ଲାଗି ରାହୁଲଙ୍କ ନାମ ଉପସ୍ଥାପନ କରିବା ନିମନ୍ତେ ନେତାମାନେ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି।

{"id":318988,"sizeSlug":"large"}

ଦଳୀୟ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ସୋମବାର ଭିଡିଓ କନଫରେନସିଂରେ ଏହି ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ଦଳୀୟ ନେତାଙ୍କ ପତ୍ର ଓ ସେମାନଙ୍କ ପରାମର୍ଶ ପ୍ରସଙ୍ଗ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ବରିଷ୍ଠ କଂଗ୍ରେସ ନେତାଙ୍କ ଅନୁସାରେ ବୈଠକରେ ଦଳର ନେତୃତ୍ୱ ଓ ସଙ୍ଗଠନ ଉପରେ ପ୍ରାଥମିକତା ଦିଆଯିବ। ତେବେ ଅଧିକାଂଶ କାର୍ଯ୍ୟକର୍ତ୍ତା ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ମନୋନୀତ କରିବାକୁ ଚାହୁଁଥିବା ଜନୈକ ବରିଷ୍ଠ ନେତା କହିଛନ୍ତି।

{"id":318989,"sizeSlug":"large"}

ତେବେ ରାହୁଲ ଦଳର ନେତୃତ୍ୱକୁ ପୂର୍ବରୁ ବହିଷ୍କାର କରିସାରିଛନ୍ତି। ଏଥର ଯଦି ସେ ନେତା ହେବା ଲାଗି ଆଗ୍ରହୀ ନ ହୁଅନ୍ତି ତେବେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପଦଲାଗି ଅନ୍ୟ ପଦକ୍ଷେପ ଅଥବା ନିର୍ବାଚନର ରାସ୍ତା ଗ୍ରହଣ କରାଯାଇପାରେ ବୋଲି ଏହି ବରିଷ୍ଠ ନେତା କହିଛନ୍ତି। ତେବେ ଯାହା ବି ହେଉ ଅଧିକାଂଶ ନେତା କିନ୍ତୁ ରାହୁଲ ପ୍ରସ୍ତାବରେ ସହମତ ହୋଇପାରନ୍ତି ବୋଲି ଆଶାବ୍ୟକ୍ତ କରୁଛନ୍ତି। ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଖାସ କରି ଯୁବନେତାମାନେ ରାହୁଲ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଚାହୁଁଥିବା ଜଣାପଡିଛି।

{"id":318990,"width":580,"height":402,"sizeSlug":"large"}

ଗତ ସାଧାରଣ ନିର୍ବାଚନରେ ସୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି ଦଳର ଜାତୀୟ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏଣୁ ସୋନିଆ ଗାନ୍ଧି ଅନ୍ତରିଣ ଅଧ୍ୟକ୍ଷ ହେବାକୁ ବାଧ୍ୟ ହୋଇଥିଲେ। ହେଲେ ସମୟ ସମୟରେ ରାହୁଲଙ୍କୁ ଅଧ୍ୟକ୍ଷ କରିବା ଲାଗି ଦଳରେ ଦାବି ହୋଇ ଆସୁଛି। ତେବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍ ଓ ଅନ୍ୟ ବରିଷ୍ଠ ନେତାମାନେ ସୋନିଆଙ୍କୁ ପତ୍ର ଲେଖିବା ପରେ ସିଡବ୍ଲୁସି  ବୈଠକ ଆୟୋଜନ ସମ୍ପର୍କରେ ସୂଚନା ମିଳୁଛି। ଯେଉଁଥିରେ କଂଗ୍ରେସ ଶୀର୍ଷରୁ ଆରମ୍ଭ କରି ତୃଣମୂଳ ପର୍ଯ୍ୟନ୍ତ ନେତୃତ୍ୱ ପରିବର୍ତ୍ତନ ସମେତ ପୂର୍ଣ୍ଣକାଳୀକ ଅଧ୍ୟକ୍ଷ ମନୋନୟନ ଲାଗି ନିଷ୍ପତ୍ତି ହୋଇପାରେ ବୋଲି ଏବେ ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.