ଓଡିଶା ଆସିବେ ପ୍ରିୟଙ୍କା-ରାହୁଲ, ଅକ୍ଟୋବରରେ କଂଗ୍ରେସର ବିଶାଳ ରୋଡ୍ ଶୋ’ !
1/06/2023 at 1:38 PM

ଭୁବନେଶ୍ୱର ୦୧।୦୬ : ମିଶନ ୨୦୨୪ । ସବୁ ଦଳ ଆରମ୍ଭ କଲେଣି କସରତ । ବିଜେପି ପରେ କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂରାହୁଲ ଗାନ୍ଧୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ମାସରେ ଓଡିଶାରେ ଏକ ରୋଡ ସୋରେ ଯୋଗଦେବେ ଏହି ଦୁଇ ନେତା । ଏହି ନେତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡର୍ଗେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏଥିଲାଗି ସବୁ ରାଜନୈତିକ ନିଜ ନିଜ ରଣନୀତି ଆରମ୍ଭ କଲେଣି । ଜୁନ୍ରେ ମାସରେ ବିଜେପିର ବରିଷ୍ଠ ନେତା ଓଡିଶାର କାର୍ଯ୍ୟକ୍ରମ ରହିଥିବା ବେଳେ କଂଗ୍ରେସ ବି ଏଥିରେ ପଛରେ ପଡିନି । ଅକ୍ଟୋବର ମାସରେ କଂଗ୍ରେସ ପକ୍ଷରୁ ଓଡିଶାରେ ଏକ ବିରାଟ ରୋଡ ସୋରେ ଆୟୋଜନ ହୋଇଛି । ଆଉ ଏହି ରୋଡ ସୋରେ ମଙ୍ଗ ସମ୍ଭାଳିବାକୁ ଦିଲ୍ଲୀରୁ ଆସୁଛନ୍ତି ଦଳୀୟ ସଂଗଠକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡିଶା ଆସିବେ । ଏହାବ୍ୟତୀତ ପ୍ରିୟଙ୍କ ଗାନ୍ଧୀ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ।