scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୋରାପୁଟ ଜିଲ୍ଲା ସଭାପତି ନିଯୁକ୍ତି ନେଇ ତାରା-ସପ୍ତଗିରି ଉଲ୍ଲାକା ମୁହାଁମୁହିଁ, ସମର୍ଥକଙ୍କୁ ଧରି ଦିଲ୍ଲୀ ଗଲେ ବାହିନୀପତି

13/06/2023 at 1:32 PM

ଜୟପୁର ୧୬: ବଢିଲା କୋରାପୁଟ ଜିଲ୍ଲା କଂଗ୍ରେସରେ କନ୍ଦଳ । ଜିଲ୍ଲା ସଭାପତି ନିଯୁକ୍ତିକୁ ନେଇ  ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୋରାପୁଟ ସାଂସଦ ମୁହାଁମୁହିଁ ହୋଇଛନ୍ତି । ନୂଆ ସଭାପତିଙ୍କ ନିଯୁକ୍ତି ଓ ପୂର୍ବତନ ସଭାପତି ମୀନାକ୍ଷୀ ବାହିନୀପତିଙ୍କୁ ହଟାଯିବା ନେଇ ପ୍ରସଙ୍ଗ ନେଇ ଦିଲ୍ଲୀ ଗଲେ ବିଧାୟକ ତାରାଙ୍କ ସମେତ ମୀନାକ୍ଷୀ ଓ ତାଙ୍କ ସମର୍ଥକ ।

ସାଂସଦଙ୍କ ବିରୋଧରେ ଏଆଇସିସିରେ ଫେରାଦ ହେବେ ବିଧାୟକଙ୍କ ଗୋଷ୍ଠୀ । ଏଥିରେ ରାୟଗଡାର କଂଗ୍ରେସ ନେତା ବି ସାମିଲ ଅଛନ୍ତି । ବିଶାଖାପାଟଣାରୁ ତାରାଙ୍କ ସହ ୮୦ଜଣ ଦିଲ୍ଲୀ ଯାତ୍ରା କରିଥିବା ବେଳେ ରାୟଗଡାରୁ ଟ୍ରେନ୍ ଯୋଗେ ଯାଇଛନ୍ତି ରାୟଗଡାର କଂଗ୍ରେସ ନେତା ଓ କର୍ମୀ ।

କୋରାପୁଟ ଜିଲ୍ଲା କଂଗ୍ରେସର ନୂଆ ସଭାପତି ଭାବେ ଦୁର୍ଗାଶଙ୍କର ସାହୁଙ୍କ ନିଯୁକ୍ତିକୁ ବିରୋଧ କରୁଛନ୍ତି ତାରା ଓ ତାଙ୍କ ସମର୍ଥକ । ଏପରିକି ତାରାଙ୍କ ସମର୍ଥନରେ ଜିଲ୍ଲାର ଅଧିକାଂଶ ବ୍ଲକ୍ ସଭାପତି ଓ ଜଲ୍ଲା ସଭାପତି ଇସ୍ତଫା ଦେଇଥିବା ସୂଚନା ମିଳିଛି ।

You Can Read :

   Related Posts