ଭୁବନେଶ୍ବର ୧୪।୭: ସରକାରୀ କର୍ମଚାରୀଙ୍କୁ ମାଡ ମାରି ରାଜ୍ୟପାଳଙ୍କ ପୁଅ ଖସିଯିବାକୁ ଉଦ୍ୟମ କରୁଛନ୍ତି । ୭ ଦିନ ସମୟ ମାଗିଛନ୍ତି । ଅର୍ଥାତ୍ ହାଇକୋର୍ଟରୁ ରାଜ୍ୟପାଳଙ୍କ ପୁଅଙ୍କୁ ଆଗୁଆ ବେଲ୍ ମିଳି ଯାଇପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି । ମାଡ ଖାଇଥିବା ଏଏସ୍ଓଙ୍କ ପରିବାରକୁ ସୁରକ୍ଷା ଦିଅନ୍ତୁ । ରାଜ୍ୟପାଳଙ୍କ ପୁଅ ହାଇକୋର୍ଟ ଯାଇଥିବା ତାରା ସନ୍ଦେହ କରିଛନ୍ତି । ଏ ନେଇ ରାଜଭବନ ସ୍ପଷ୍ଟ କରୁ ବୋଲି ସେ କହିଛନ୍ତି । ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରାଯାଉଛି । ମାମଲା ହେବନି ଏହା ଏକ ଚାଲ । ଭିତିରିଆ ଖବର ସେମାନେ ହାଇକୋର୍ଟ ଯାଇଛନ୍ତି ବୋଲି ତାରା କହିଛନ୍ତି ।
You Can Read:
ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନାହିଁ, ଶ୍ରୀମନ୍ଦିର ଭିତରୁ ବାହାରିଲେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ