ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିୟମ କାର୍ଯ୍ୟକାରୀ କରାଯାଉ : ଶ୍ରୀକାନ୍ତ ଜେନା

Published By : Prameya-News7 Bureau | July 14, 2024 IST

ଭୁବନେଶ୍ବର ୧୪: ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିୟମ କାର୍ଯ୍ୟକାରୀ କରିବାକୁ ଦାବି କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । କଲେଜ ଆଡ଼ମିଶନ ପଛୁଆ ବର୍ଗଙ୍କ ଆଡ଼ମିଶନ ସଂରକ୍ଷଣ ରଖି ନାହାନ୍ତି ।

୨୦୧୫ରେ ତତ୍କାଳୀନ ସରକାର ଉଚ୍ଚ ଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୩୭ ପ୍ରତିଶତ ସଂରକ୍ଷଣ କରାଗଲା ବୋଲି କହିଥିଲେ । ହେଲେ ତାହା ଲାଗୁ ହୋଇପାରିଲାନି । ମେଡ଼ିକାଲ, ଇଞ୍ଜିନିୟରିଂ ଶିକ୍ଷାରେ ଲାଗୁ ହୋଇପାରିନାହିଁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଆଦିବାସୀ ହୋଇଥିବାରୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଅନ୍ତୁ । ଗରିବ ଓ ପଛୁଆବର୍ଗ ପିଲା ହଇରାଣ ହରକତ ହେଉଛନ୍ତି । ଆସନ୍ତା ଅଗଷ୍ଟ ୯ ତାରିଖରେ ଏସ୍‌ସି, ଏସ୍‌ଟି, ଓବିସି ପିଲାଙ୍କୁ ନେଇ ଗଣ ସମ୍ମିଳନୀ ଆୟୋଜନ କରାଯାଇ ଦାବି ଉପସ୍ଥାପନ କରାଯିବ ।

ମେଧାବୀ ପିଲା ହଇରାଣ ହେଉଛନ୍ତି । ୨୦୧୫ରେ ନନୀନ ସରକାର ନିଷ୍ପତ୍ତି ନେଇଥିଲେ । ଓଡ଼ିଶାରେ ୫୦ରୁ  ଅଧିକ ପ୍ରତିଶତ ବର୍ଗ ପଛୁଆ ବର୍ଗ । ରାଜ୍ୟରେ ପଛୁଆ ବର୍ଗ ଅବହେଳିତ । ଉଚ୍ଚଶିକ୍ଷାରେ ସଂରକ୍ଷଣ ରହୁନି । ନିୟମ କରି ଚୁପ୍ ବସିଛନ୍ତି । ସରକାର ଘୋଷଣା କରନ୍ତୁ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରହୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି  ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ   ପୂର୍ବତନ ସାଂସଦ ଅନନ୍ତ ସେଠୀ ।

You Can Read:

ରାମାୟଣ ନାଟକ ଦେଖିବା ବେଳେ ଅଘଟଣ : ବିଦ୍ୟୁତ ଆଘାତରେ ୧୪ରୁ ଅଧିକ ପିଲା ଆହତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.