ରାହୁଲଙ୍କ ଜେଲ୍ ଦଣ୍ଡର ବଦ୍‌ଲା ନେବ କି କଂଗ୍ରେସ; ରେଣୁକା କହିଲେ,  ‘ସୃର୍ପଣଖା’ ଆକ୍ଷେପରେ ପିଏମ୍‌ଙ୍କ ନାଁ କରିବି କେସ୍

Published By : Prameya-News7 Bureau | March 24, 2023 IST

ନୂଆଦିଲ୍ଲୀ: ମୋଦି ‘ସରନେମ୍’ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ  ଦୁଇ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସର ସମସ୍ତ ନେତା ଏହାକୁ ବିରୋଧ କରିଛନ୍ତି । ଏହା ଭିତରେ କଂଗ୍ରେସ ନେତ୍ରୀ ରେନୁକା ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ସଂସଦରେ ତାଙ୍କୁ ‘ସୃର୍ପଣଖା’ ଆକ୍ଷେପ କରି ଦେଇଥିବା କମେଣ୍ଟକୁ ନେଇ ମାନହାନି ମାମଲା ରୁଜୁ କରିବେ ବୋଲି ଟ୍ବିଟ୍ କରି କହିଛନ୍ତି ।

ରେଣୁକା ଚୌଧୁରୀ ଟ୍ବିଟ୍ କରି ଲେଖିଛନ୍ତି, ଏବେ ଆନ୍ଦୋଳନକୁ ପ୍ରଖର କରିବାକୁ ହେବ । ‘ସୃର୍ପଣଖା’ ଆକ୍ଷେପର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭା ଅଧ୍ୟକ୍ଷଙ୍କୁ ରେଣୁକାଙ୍କ ହସ ଉପରେ କିଛି ନକହିବାକୁ କହିଥିଲେ । ୨୦୧୮ ଫେବ୍ରୁଆରୀ ୭ ତାରିଖରେ ପିଏମ ମୋଦି କହିଥିଲେ, ଅନେକ ବର୍ଷ ପରେ ରାମାୟଣ ସରିଏଲ ପରେ ଏଭଳି ହସ ଶୁଣିବାକୁ ମିଳୁଛି । ରେଣୁକା ଚୌଧୁରୀଙ୍କୁ ‘ସୃର୍ପଣଖା’ ସହିତ ତୁଳନା କରି ଟିପ୍ପଣୀ  ଦେଇଥିଲେ । ରେଣୁକାଙ୍କ  ଟ୍ବିଟ୍ ପରେ ଏବେ ବିବାଦ ବଢ଼ିବାରେ ଲାଗିଛି । କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମା ପ୍ରର୍ଥନା କରିବାକୁ ଦାବି କରିଛନ୍ତି । ଏପଟେ ରେଣୁକା ଚୌଧୁରୀ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀଙ୍କ ନାଁରେ ମାନହାନି କେସ୍ କରିବେ ବୋଲି କହିଛନ୍ତି ।  

wp:html /wp:html

୨୦୧୯ କର୍ଣ୍ଣାଟକର ଏକ ନିର୍ବାଚନ ରାଲିରେ ସବୁ ‘ମୋଦି’ ସର୍‌ନେମ୍‌ ଚୋର କହିଁକି । ସେ ଲଳିତ ମୋଦି ହୁଅନ୍ତୁ କି ନୀରବ ମୋଦି କି ନରେନ୍ଦ୍ର ମୋଦି ହୁଅନ୍ତୁ । ରାହୁଲ ଗାନ୍ଧି ଏହି ବୟାନ ପରେ ସୁରଟରେ ଏକ ମାନହାନି ମାମଲା ରୁଜୁ ହୋଇଥିଲା । ସୁରଟ ଜିଲ୍ଲା କୋର୍ଟ ମାମଲାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଜେଲ ଦଣ୍ଡ ଶୁଣାଇଛନ୍ତି । ଏହାକୁ ବିପକ୍ଷ ନେତା ବିରୋଧ କରିଥିବା ବେଳେ ରେଣୁକା ଚୌଧୁରୀଙ୍କ ଟ୍ବିଟ୍ ବିରୋଧକୁ ପ୍ରଜ୍ଜ୍ବଳିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.