ଭାରି ପଡ଼ିଲା ପିଏମ୍‌ଙ୍କୁ ବିବାଦୀୟ ବୟାନ, ବନ୍ଧା ହେଲେ କଂଗ୍ରେସ ନେତା ରାଜା ପଟେରିଆ

Published By : Prameya-News7 Bureau | December 13, 2022 IST

ଭୋପାଳ: ପ୍ରଧାନମନ୍ତ୍ରୀଙ୍କୁ ବିବାଦୀୟ ବୟାନ ଦେଇ ବନ୍ଧା ହେଲେ କଂଗ୍ରେସ ନେତା ରାଜା ପଟେରିଆ । ମଙ୍ଗଳବାର ସକାଳ ସାଢେ ୫ଟାରେ ମଧ୍ୟପ୍ରଦେଶରର ହଟ୍ଟାରୁ ପୋଲିସ ତାଙ୍କୁ ଗିରଫ କରିଛି । ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ କରି ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ନେଇ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ବିଜେପି ନେତା ଗିରଫ ଦାବି କରିଥିଲେ ।

କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପିଏମଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି ପ୍ରଧାନମନ୍ତ୍ରୀ । ଦଳିତ, ଆଦିବାସୀ ଓ ସଂଖ୍ୟା ଲଘୁଙ୍କ ପାଇଁ ଏହା ବିପଦ । ମୋଦି ନିର୍ବାଚନ ପ୍ରକ୍ରିୟା ବନ୍ଦ କରିବାକୁ ଚାହୁଁଛନ୍ତି । ମୋଦିଙ୍କୁ ହତ୍ୟା କରି ସମ୍ବିଧାନ ବଞ୍ଚାଇବାକୁ ହେବ ବୋଲି କହିଥିଲେ । ପଟେରିଆଙ୍କ ବୟାନ ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଛି । ମଧ୍ୟପ୍ରେଦଶ ବିଜେପି ନେତା ଭିଡିଓ ସେୟାର କରି ପଟେରିଆଙ୍କୁ ଘେରିବା ସହିତ ଗିରଫ ପାଇଁ ଦାବି କରିଥିଲେ ।

ରାଜା ପଟେରିଆଙ୍କ ଟିପ୍ପଣୀ ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରତ୍ତୋମ ମିଶ୍ରା ତାଙ୍କ ବିରୋଧରେ FIR ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ପୋଲିସ ମାମଲା ରୁଜୁ କରିଥିଲା । ମଙ୍ଗଳବାର ସକାଳ ସାଢେ ୫ଟାରେ ମଧ୍ୟପ୍ରଦେଶର ଦମୋହର ହଟ୍ଟାରୁ ରାଜାଙ୍କୁ ଗିରଫ କରାଯାଇଛି ।  

ଅନ୍ୟପଟେ ବୟାନକୁ ନେଇ ବିବାଦ ଛିଡ଼ାହେବା ପରେ ୟୁଟର୍ଣ୍ଣ ମାରିଥିଲେ ରାଜା ପଟେରିଆ । ବିଜେପି ନେତା ଭିଡିଓକୁ ଏଡିଟ୍ କରି ଅଜଥା ବିବାଦ ଛିଡ଼ା କରୁଛନ୍ତି ବୋଲି ସେ କହିଛନ୍ତି । ‘ପିଏମ ମୋଦିଙ୍କୁ ହତ୍ୟା’ ଅର୍ଥ ପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ସାଧାରଣ ନିର୍ବାଚନରେ ପରାଜିତ କରିବା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.