ଉତ୍ତରପ୍ରଦେଶ ୦୫/୧୦: ୟୁପି ସୀତାପୁରରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଗିରଫ । କଂଗ୍ରେସର ମହାସିଚବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଲାଗିଛି ସଂଗୀନ ମାମଲା । ଲକ୍ଷ୍ମୀପୁର ନିକଟ ହରଗାଓଁରେ ଗିରଫ ପୋଲିସ ହେପାଜତରେ ଥିଲେ । ସେବେଠାରୁ ପ୍ରିୟଙ୍କା ଗେଷ୍ଟ ହାଉସରେ ରହିଆସୁଥିଲେ ।
କିନ୍ତୁ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ସ୍ପଷ୍ଟକରିଛି । ତେବେ ତାଙ୍କ ବିରୋଧରେ ୧୫୧, ୧୦୭, ୧୧୬ ଭଳି ସଂଗୀନ ଧାରାଲାଗିଛି । ଏହା କୁହାଯାଇଛି ଯେ ପ୍ରିୟଙ୍କା ଲକ୍ଷ୍ମୀପୁର ଖେରୀ ଯିବାବେଳେ ସୀତାପୁରର ହରଗାଓଁରେ ଅଟକ ରଖାଯାଇଥିଲା ।
ଏହା ପରେ ହିଁ ତାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ରଖାଯାଇଥିବା PAC ଗେଷ୍ଟ ହାଉସକୁ ତାଙ୍କ ପାଇଁ ଅସ୍ଥାୟୀ ଜେଲ ଘୋଷଣା କରାଯାଇଛି । ପ୍ରିୟଙ୍କା ଗାନ୍ଧି ଏକ ଦିନରୁ ଅଧିକ ସମୟ ଧରି ବନ୍ଦୀ ହେବା ନେଇ ମଙ୍ଗଳବାର ସକାଳେ ପ୍ରଶ୍ନ ଉଠାଇଥିଲେ । ସେ ଟ୍ୱିଟ୍ କରି କହିଛନ୍ତି, "ନରେନ୍ଦ୍ର ମୋଦି ସାର୍, ତୁମର ସରକାର ମୋତେ ଗତ ୨୮ ଘଣ୍ଟା ଧରି କୌଣସି ଆଦେଶ ଏବଂ FIR ବିନା ଜେଲରେ ରଖିଛନ୍ତି।