LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମମତା ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତା ଗିରଫ

4/03/2023 at 5:12 PM

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତା ଗିରଫ। କଂଗ୍ରେସ ନେତା ତଥା ଓକିଲ କୌସ୍ତବ ବାଗ୍‌ଚୀ ଏକ ଘରୋଇ ଟିଭି ଚ୍ୟାନେଲ୍‌ର ସାକ୍ଷାତ୍‌କାର ଦେଇ ମମତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହି ଅଭିଯୋଗରେ କୋଲକାତା ପୁଲିସ ଆଜି ସକାଳେ ତାଙ୍କୁ ଗିରଫ କରିଛି। ବାଗ୍‌ଚୀଙ୍କ ଟିପ୍ପଣୀ ପରେ କଲିକତା ବୁର୍ତୋଲା ଥାନାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ବୁର୍ତୋଲା

ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଭୋର ୩ଟା ବେଳେ କୌସ୍ତବଙ୍କ ବାରାକପୋର ସ୍ଥିତ ଘରେ ପହଞ୍ଚିଥିଲା। ସେଠାରେ କୌସ୍ତବଙ୍କୁ ଘଣ୍ଟା ଘଣ୍ଟା ଜେରା କରିବା ପରେ ଶେଷରେ ଶନିବାର ସକାଳ ୭.୩୦ ମିନିଟ୍‌ରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

କୌସ୍ତବଙ୍କ ବିରୋଧରେ ଲାଗିଛି ୭ଟି ସଂଗୀନ ଦଫା

ସୂଚନା ଥାଉକି କୌସ୍ତବ ବାଗଚୀ ଦୀର୍ଘଦିନ ଧରି ମମତା ଓ ଟିଏମ୍‌ସି ବିରୋଧରେ ସମାଲୋଚନା କରିଆସୁଛନ୍ତି। ମମତା ସରକାରଙ୍କର ଦୋଷ ଦୁର୍ବଳତାକୁ ଖୋଲାଖୋଲି ସମାଲୋଚନା କରିଥାନ୍ତି କୌସ୍ତବ। ହେଲେ ଏଥର ତାଙ୍କ ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିଛି।

କୋଲକାତା ପୁଲିସର ସୂଚନା ଅନୁସାରେ, ଆପିସିର ଧାରା ୧୨୦ ବି(ଅପରାଧିକ ଷଡ଼ଯନ୍ତ୍ର), ୩୫୪ଏ(ସେସ୍କୁଆଲ୍ ହାରାସମେଣ୍ଟ), ୫୦୪(ଶାନ୍ତି ଭଙ୍ଗ କରିବାକୁ ଜାଣିଶୁଣି ଅପମାନ ଦେବା), ୫୦୫(ରାଜ୍ୟ ତଥା ସାର୍ବଜନିକ ଶାନ୍ତି ବିରୋଧରେ ଅପରାଧ କରିବାକୁ ପ୍ରେରିତ କରିବା କିମ୍ବା ପ୍ରବର୍ତ୍ତାଇବା ଆଶଙ୍କା), ୫୦୯ (ମହିଳାଙ୍କ ସମ୍ମାନହାନୀ କରିବା ଭଳି ଶବ୍ଦ କହିବା କିମ୍ବା କାର୍ଯ୍ୟକଳାପ ଦେଖାଇବା), ୫୦୬(ଅପରାଧିକ ଧମକ ପାଇଁ ଦଣ୍ଡ) ଓ ୧୫୩(ଦଙ୍ଗ ଉଦ୍ଦେଶ୍ୟରେ ଜାଣି ଜାଣି ଲୋକଙ୍କୁ ଉସ୍‌କାଇବା) ଧାରା ବାଗ୍‌ଚୀ  ବିରୋଧରେ ଲଗାଯାଇଛି।

କଂଗ୍ରେସର ଆନ୍ଦୋଳନ

ବାଗଚୀଙ୍କୁ ଗରିଫ କରିବା ପରେ ବୁର୍ତୋଲା ଥାନା ସମ୍ମୁଖରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି। ତୁରନ୍ତ ନେତାଙ୍କୁ ଛଡ଼ାଯାଉ ବୋଲି କର୍ମୀମାନେ ଦାବି କରିଛନ୍ତି। ଏନେଇ ପଶ୍ଚିମବଙ୍ଗ କଂଗ୍ରେସ ପ୍ରବକ୍ତା ସୁମନ ରୟ ଚୌଧୁରୀ କହିଛନ୍ତି ଯେ କୁଲକାତା ପୁଲିସ ମଧ୍ୟ ରାତ୍ରୀରେ କୌସ୍ତବ ବାଗ୍‌ଚୀଙ୍କୁ ଗିରଫ କରିବା ଘଟଣାକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି। ମମତା ବାନାର୍ଜୀ କାହାର ବାକା ସ୍ୱାଧୀନତା ଉପରେ ଏମିତି ହସ୍ତକ୍ଷେପ କରିପାରିବେ ନାହିଁ। ସରକାର ତୁରନ୍ତ କୌସ୍ତବଙ୍କୁ ଛାଡ଼ିବା ଉଚିତ ବୋଲି ସୁମନ ରୟ ଚୌଧୁରୀ କହିଛନ୍ତି। ମୁର୍ଶିଦାବାଦର ସାଗରଦିଘୀ ଉପନିର୍ବାଚନରେ ହାରିବା ପରେ ମମତା ରାଗ ସୁଝାଉଛନ୍ତି ବୋଲି ସେ ଦାବି କରିଛନ୍ତି।

ସୂଚନା ଥାଉକି ଗରିଫ ହେବା ପୂର୍ବରୁ କୌସ୍ତବ ବାଗଚୀ ଫେସ୍‌ବୁକ୍‌ରେ ଏକ ଭିଡିଓ କରି ପୁଲିସକୁ ଚେତାବନୀ ଦେଇଥିଲେ। ଜେଲ୍‌ର ତାଲା ଭଙ୍ଗାଯିବ। ମୁଁ ଖୁବ୍‌ଶୀଘ୍ର ମୁକୁଳିବି। ଲଢ଼େଇ ଜାରି ରହିବ। କୌସ୍ତବ ବାଗଚୀ ନଇଁବ ନାହିଁ ବୋଲି ବାଗଚୀ ଭିଡିଓରେ କହିଥିଲେ। ସୂଚନା ଥାଉକି ଆଜି କୋଲକାତା ପୁଲିସ କୌସ୍ତବ ବାଗଚୀଙ୍କୁ ବଙ୍କଶଲ କୋର୍ଟକୁ ଚାଲାଣ କରିବ। ସେଠାରେ କୋର୍ଟ ତାଙ୍କୁ ପୁଲିସ କଷ୍ଟୁଡିରେ ପଠାଇ ପାରନ୍ତି ବୋଲି କୁହାଯାଉଛି।

   Related Posts