କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ପରଲୋକ, ଦୀର୍ଘ ଦିନ ହେବ ଥିଲେ ଅସୁସ୍ଥ

Published By : Prameya-News7 Bureau | August 19, 2021 IST

ଭୁବନେଶ୍ବର ୧୯।୮: ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ଘଟିଛି । ସେ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା । କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ହେଉଛନ୍ତି ସଂଗ୍ରାମ ଜେନା ।

ସୂଚନାଯୋଗ୍ୟ ଯେ, ସଂଗ୍ରାମ ଜେନା କୋଭିଡ୍ ରୁ ସୁସ୍ଥ ହେବା ପରେ ୨ ମାସ ହେବ ହ୍ରାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋଭିଡ୍ ରୁ ସୁସ୍ଥ ହେବା ପରେ ଫୁସଫୁସ ସଂକ୍ରମିତ ହୋଇଥିଲା । ସଂଗ୍ରାମ ଜେନା ୨୦୧୪ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ।

ସଂଗ୍ରାମ ଜେନାଙ୍କ ଦେହାନ୍ତ ଖବର ମିଳିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ନେତାମାନେ ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ମୃତ୍ୟୁ ଖବର ପାଇ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ସେ ଜଣେ ଆଗ ଧାଡିର ଯୁବ ନେତା ଥିଲେ । ଭଗବାନ ତାଙ୍କୁ ଆଗୁଆ ନେଇଗଲେ । ସେ ଗରିବ ଲୋକ ଓ ରୋଗୀଙ୍କୁ ସହାୟତା କରୁଥିଲେ । ତାଙ୍କୁ ମୃତ୍ୟୁରେ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.