ଗୁଜରାଟ ବିଧାନସଭା ନିର୍ବାଚନର ଏଗଜିଟ୍ ପୋଲକୁ ଅଗ୍ରାହ୍ୟ କଲେ ଜୟରାମ ରମେଶ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ ୬।୧୨: ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସୋମବାର ଏଗଜିଟ୍ ପୋଲ ରିପୋର୍ଟ ଆସିଛି। ପ୍ରାୟ ସବୁ ଏଗଜିଟ୍ ପୋଲରେ ଉଭୟ ରାଜ୍ୟରେ ପୁଣି ବିଜେପି ସରକାରର ଅନୁମାନ କରାଯାଉଛି। ଇତିମଧ୍ୟରେ ଏଗଜିଟ୍‌ ପୋଲସ୍‌କୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ବୟାନ ଦେଇଛନ୍ତି। ମଙ୍ଗଳବାର ଏଗଜିଟ୍ ପୋଲ ରିପୋର୍ଟକୁ ଖାରଜ କରି ଏବେ ଏଗଜିଟ୍ ପୋଲରୁ ଏଗଜିଟ କରିବାର ସମୟ ଆସିଯାଇଥିବା ରମେଶ କହିଛନ୍ତି।

ସେ କହିଛନ୍ତି ଯେ ଏଗଜିଟ୍ ପୋଲ ଆଧାରିତ ପ୍ରଶ୍ନ ଅନୁଚିତ। କାରଣ ଆମେ ଜାଣିଛେ ନିର୍ବାଚନ କିଏ କରାଉଛନ୍ତି। ମୁଁ ଏଗଜିଟ୍ ପୋଲରେ ବିଶ୍ୱାସ କରେ ନାହିଁ। ତେବେ ମୁଁ ଜାଣିଛି ଏଗଜିଟ୍ ପୋଲ କାହା ପ୍ରଭାବରେ ଓ କାହିଁକି କରାଯାଉଛି। ମଙ୍ଗଳବାର ଜୟରାମ ରମେଶ ଭାରତ ଯୋଡୋ ଯାତ୍ରା କାଳରେ ଗଣମାଧ୍ୟମ ସହ ଆଲୋଚନାରେ ଏହା କହିଛନ୍ତି। ଏଥିରେ ସେ ଏଗଜିଟ ପୋଲ ଉପରେ ପ୍ରଶ୍ନ କରିଥିଲେ। ଅଧିକତର ପୋଲରେ ବିଜେପି ପୁଣି ଗୁଜରାଟ ଶାସନକୁ ଫେରୁଥିବାର କୁହାଯାଉଛି।

{"id":718118,"width":843,"height":480,"sizeSlug":"full","linkDestination":"none"}

ତେବେ ଜୟରାମ ରମେଶ ଏଗଜିଟ୍ ପୋଲ ରିପୋର୍ଟକୁ ମୂଳରୁ ଖାରଜ କରିଦେଇଛନ୍ତି। ସେ କହିଛନ୍ତି ଯେ ମୁଁ କହୁନି ବିଜେପି ଗୁଜରାଟରେ ବହୁ ଭୋଟରେ ଜିତିବନି, ସେହିପରି କଂଗ୍ରେସ ମଧ୍ୟ ବହୁମତରେ ପୁଣି କ୍ଷମତାକୁ ଫେରୁଛି ବୋଲି ମଧ୍ୟ ଦାବି କରୁନି। ତେବେ ମୁଁ ଦେଖୁଛି ଆମର ଗଣତାନ୍ତ୍ରିକ ସଂସ୍ଥାଙ୍କୁ କ୍ରମଶଃ ନିଷ୍କ୍ରିୟ କରି ଦିଆଯାଉଛି ଓ ଗୁଜରାଟର ଲୋକଙ୍କ ଚିନ୍ତାକୁ ଅଣଦେଖା କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ବିଧାସଭାର ୧୮୨ଟି ଆସନ ଲାଗି ରାଜ୍ୟରେ ଦୁଇ ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟ ଡିସେମ୍ବର ୧ ତାରିଖରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହୋଇଛି। ଭୋଟ ଗଣନା ଡିସେମ୍ବର ୮ ତାରିଖରେ ହେବ। ତେବେ ଫଳାଫଳ ପୂର୍ବରୁ ବିଜେପି, କଂଗ୍ରେସ ଓ ଆମଆଦମୀ ପାର୍ଟି ନିଜନିଜର ବିଜୟ ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.