ସର୍ବଦଳୀୟ ବୈଠକରେ ଗୁଲାମନବୀଙ୍କ ଦାବି, କହିଲେ ସଂସଦ ଅଧିବେଶନରେ ଯୋଗଦେବା ଲାଗି ଚିଦାମ୍ବରମଙ୍କୁ ଅନୁମତି ମିଳୁ

Published By : Prameya-News7 Bureau | November 17, 2019 IST

ନୂଆଦିଲ୍ଲୀ :  ସଂସଦର ଶୀତ ଅଧିବେଶନ ଲାଗି ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂସଦ ଲାଇବ୍ରେରୀ ବିଲ୍ଡିଂରେ ଅନୁଷ୍ଠିତ ବୈଠକରେ ପ୍ରହ୍ଲାଦ ଯୋଶୀ  ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇଥିଲେ। ବୈଠକରେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଅଧିବେଶନରେ ଯୋଗଦେବାକୁ ଫାରୁକ୍ ଅବଦୁଲ୍ଲା ଓ ପି.ଚିଦାମ୍ବରମଙ୍କୁ ଅନୁମତି ପ୍ରଦାନ ନିମନ୍ତେ ଦାବି କରିଥିଲେ। ଆଜାଦଙ୍କ ଏହି ଦାବିକୁ ସମସ୍ତ ବିରୋଧୀ ରାଜନୈତିକ ଦଳମାନେ ସମର୍ଥନ କରିଥିଲେ। 

{"id":185645,"sizeSlug":"large"}

ବୈଠକରେ ଆଜାଦ ଫାରୁକ ଅବଦୁଲ୍ଲା ଗତ ୩ ମାସ ହେଲା ନଜର ବନ୍ଦୀ ଥିବା କହିଥିଲେ। ସେହିପରି ପି.ଚିଦାମ୍ବରମ ସିବିଆଇ ଦ୍ୱାରା ଗିରଫ ହେବା ପରେ ଏବେ ବିଚାରାଧୀନ ବନ୍ଦୀ ଅଛନ୍ତି । ପୂର୍ବରୁ ଏଭଳି ଅନେକ ପ୍ରସଙ୍ଗରେ ସାଂସଦମାନଙ୍କୁ ଅଧିବେଶନରେ ଯୋଗଦେବା ଲାଗି ଅନୁମତି ଦିଆଯାଇଥିବାର ନଜିର ରହିଛି ବୋଲି ଆଜାଦ କହିଥିଲେ। ଏଣୁ ଉଭୟନେତାଙ୍କୁ ସଂସଦ ଅଦିବେଶନରେ ଯୋଗଦେବା ନିମନ୍ତେ ଅନୁମତି ଦିଆଯାଉ ବୋଲି ଆଜାଦ ଦାବି କରିଥିଲେ।

{"id":185646,"sizeSlug":"large"}

ସଂସଦର ଶୀତକାଳୀନ ଅଧିବେଶନ ସୋମବାର ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଆସନ୍ତା ମାସ ଅର୍ଥାତ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିବା ସୁରୁଖୁରୁ ଗୃହ ସଞ୍ଚାଳନ ଲାଗି ସର୍ବଦଳୀୟ ବୈଠକ ଡକାଯାଇଥିବା ବେଳେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେଇଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.