କଟକ ୧୩/୦୮: କଟକର ପୂର୍ବତନ ନଗର କଂଗ୍ରେସ କଂଗ୍ରେସର ସଭାପତିଙ୍କ ପ୍ରେସ୍ମିଟ୍ । ସାମ୍ୱାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ଗିରିବାଳା ବେହେରା । ସେ କହିଛନ୍ତି ଶୃଙ୍ଖଳାର ସହ କଂଗ୍ରେସ ପାଇଁ କାମ କରିଛି ଓ ଆଗକୁ ବି କରିବି ।
ମୋତେ ଅଗଣତାନ୍ତ୍ରିକ ଭାବେ ପଦବୀରୁ ବାହାର କରିଦିଆଗଲା । ଦଳୀୟ ନେତୃତ୍ୱ ଦଳକୁ ଆଗକୁ ନେବାକୁ ଚାହାନ୍ତି ନାହିଁ । ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ପରାମର୍ଶରେ ଦଳ ଚାଲିଛି ସେକଥା ମୋତେ ଜଣା ଅଛି । ମୁଁ ଦଳରେ ଅଛି ଆଗକୁ ମଧ୍ୟ ରହିଥିବା । ମୋର ପଦ ପଦବୀରେ କୌଣସି ଲୋଭ ନାହିଁ ବୋଲି କହିଛନ୍ତି ଗିରିବାଳା ବେହେରା ।