ହେଲମେଟ୍‌ ନପିନ୍ଧି ସ୍କୁଟିରେ ବୁଲିବା ପ୍ରିୟଙ୍କା ଗାନ୍ଧିଙ୍କୁ ପଡିଲା ମହଙ୍ଗା, ଜାଣନ୍ତୁ କଟିଛି କେତେ ଟଙ୍କାର ଚାଲାଣ

Published By : Prameya-News7 Bureau | December 29, 2019 IST

ଲକ୍ଷ୍ନୌ ୨୯।୧୨: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି (ୱାଡ୍ରା)ଙ୍କ ଶନିବାର ଲକ୍ଷ୍ନୌ ଗସ୍ତ କାର୍ଯ୍ୟକ୍ରମ ବେଶ୍ ଘଟଣାବହୁଳ ଥିଲା। ଏହି ଗସ୍ତକାଳରେ ପ୍ରିୟଙ୍କା ୟୁପି ପୋଲିସର ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଲକ୍ଷ୍ନୌରେ ବିନା ହେଲମେଟ୍‌ରେ ପ୍ରିୟଙ୍କା ସ୍କୁଟରରେ ବୁଲିବା ଯୋଗୁ ମଧ୍ୟ ଚାଲାଣ କଟିଥିବା ରବିବାର ଜଣାପଡିଛି। ସେ ଯେଉଁ କଂଗ୍ରେସ ନେତାଙ୍କ ସ୍କୁଟିରେ ବସି ବୁଲୁଥିଲେ ସେହି ସ୍କୁଟି ନମ୍ବରରେ ୬ହଜାର ୧ଶହ ଟଙ୍କାର ଚାଲାଣ କଟିଛି।

{"id":204239,"sizeSlug":"large"}

ନାଗରିକତା (ସଂଶୋଧିତ) ଆଇନ (ସିଏଏ) ବିରୋଧରେ ହିଂସାତ୍ମକ ବିକ୍ଷୋଭ  ଯୋଗୁ  ଗିରଫ  ଅବସରପ୍ରାପ୍ତ  ଆଇପିଏସ୍‌ ଅଫିସର  ଏସ.ଆର.ଦାରାପୁରୀଙ୍କ  ପରିବାରକୁ ଭେଟିବା ଲାଗି ପ୍ରିୟଙ୍କା ଯାଇଥିଲେ। ଏଥିପାଇଁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ସେ  ବାହାରିଥିବା ବେଳେ ଲୋହିଆ ଛକ ନିକଟରେ ପୋଲିସ ତାଙ୍କୁ ରୋକି ଦେଇଥିଲା। ଏଥିରେ ନାରାଜ ପ୍ରିୟଙ୍କା ଚାଲିଚାଲି ଯାଉଥିବା ବେଳେ ଜଣେ କଂଗ୍ରେସ ନେତା ତାଙ୍କ ସ୍କୁଟିରେ ପ୍ରିୟଙ୍କାଙ୍କୁ ନେଇଯାଇଥିଲେ। ତେବେ ଦୁଇ ଚକିଆ ବାହନ ଚଳାଉଥିବା କଂଗ୍ରେସ ନେତା ନିଜେ ହେଲମେଟ୍‌ ପିନ୍ଧି ନଥିଲେ କି ପଛରେ ବସିଥିବା ଆରୋହୀ ( ପ୍ରିୟଙ୍କା) ମଧ୍ୟ ହେଲମେଟ୍‌ ପିନ୍ଧି ନଥିଲେ।ସଂଶୋଧିତ ମୋଟରଯାନ ଆଇନ ଅନୁସାରେ ସ୍କୁଟି ନମ୍ବରରେ ଚାଲାଣ କଟିଯାଇଛି।

{"id":204240,"width":578,"height":304,"sizeSlug":"large"}

ଏହି ସ୍କୁଟି ନମ୍ବରରେ ବିନା ହେଲମେଟ୍‌ରେ ବାହନ ଚାଳନା ଲାଗି ୬ହଜାର ଶହେ ଟଙ୍କାର ଚାଲାଣ କଟିଥିବାର ଜଣାପଡିଛି। ତେବେ ଏ ସମ୍ପର୍କରେ ପ୍ରିୟଙ୍କାଙ୍କୁ ଜଣା ନାହିଁ। ଯଦି ଘଟଣା ବେଳେ ସେ ଚାଲାଣ କଥା ଜାଣିଥାନ୍ତେ ତେବେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଭିନ୍ନ ପ୍ରକାରର ହୋଇଥାନ୍ତା ବୋଲି ୟୁପି ପୋଲିସ ରବିବାର କହିଛି। ତେବେ ପୋଲିସ କଟକଣା ସତ୍ତ୍ୱେ ପ୍ରିୟଙ୍କା ଶନିବାର ଦାରାପୁରୀଙ୍କ ପରିବାରକୁ ଭେଟିଥିଲେ ଓ ସେମାନଙ୍କୁ ଆଶ୍ୱସନା ବି ଦେଇଥିଲେ। ତେବେ ୟୁପି ପୋଲିସ ପ୍ରିୟଙ୍କା ଆଣିଥିବା ଦୁର୍ବ୍ୟବହାର ଅଭିଯୋଗକୁ ଅସ୍ୱୀକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.