ପରାଜୟ ପରେ କାରଣ ଖୋଜୁଛି କଂଗ୍ରେସ : ଅର୍ନ୍ତଦ୍ବନ୍ଦ୍ବ ହିଁ କଂଗ୍ରେସ ବିପର୍ଯ୍ୟୟର ମୂଳ କାରଣ !
9/06/2019 at 12:09 PM

ଭୁବନେଶ୍ବର ୯|୬: ପରାଜୟ ପରେ ପ୍ରଦେଶ କଂଗ୍ରେସ ଦଳରେ ଚାଲିଛି ପୋଷ୍ଟ ମର୍ଟମ । କାହିଁକି ହାରିଲା କଂଗ୍ରେସ, ଏନେଇ ଗୁମର ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା । ଗଣେଶ୍ବର କହିଛନ୍ତି, ଅନ୍ତର୍ନ୍ଦ୍ବନ୍ଦ୍ବ ହିଁ କଂଗ୍ରେସ ଦଳର ବିପର୍ଯ୍ୟୟର ମୂଳ କାରଣ । କଂଗ୍ରେସ ନେତା ଦଳ ଛାଡିବା, ଟିକେଟ୍ ଫେରାଇବା ଘଟଣା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ଭରସା କଲେନି ଭୋଟର୍ । ଫଳରେ ଅଧାରୁ ଅଧିକ ପ୍ରାର୍ଥୀ ଅମାନତ ହରାଇଲେ । କେବଳ ସେତିକି ନୁହେଁ, ଗଣେଶ୍ବର କହିଛନ୍ତି କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ହେବା ଦରକାର । ଯିଏ ସଭାପତି ହେବେ ତାଙ୍କର ୩ଟି ଗୁଣ ଥିବା ଦରକାର । ପ୍ରଥମେ ସମ୍ବଳ ଥିବ, ସେ ନିର୍ବାଚନ ଜିତିଥିବେ ଏବଂ ତାଙ୍କର ସାଙ୍ଗଠନିକ ଦକ୍ଷତା ଥିବ । ଏଭଳି ବ୍ୟକ୍ତିଙ୍କୁ ସଭାପତି କଲେ କଂଗ୍ରେସର ସ୍ଥିତି ସୁଧିରିବ ବୋଲି ଗଣେଶ୍ବର ପରାମର୍ଶ ଦେଇଛନ୍ତି ।
ବିଧାୟକ ସୁର ରାଉତରାୟ ବି କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ଦରକାର ବୋଲି କହିଛନ୍ତି । ସେପଟେ କଂଗ୍ରେସର ପରାଜୟ ନେଇ କଂଗ୍ରେସ ଭବନରେ ସମୀକ୍ଷା କରାଯାଇଛି ।