କଂଗ୍ରେସ ନେତା ୧୫ ଦିନ ପୂର୍ବେ କରିଥିଲେ ଲଭ୍ ମ୍ୟାରେଜ, ଲୋଭରେ ପଡି ପୁଣି ସାତ ଫେରା ନେବାକୁ ପହଞ୍ଚିଗଲେ, ଫସିଲେ ଏମିତି…
28/05/2022 at 9:57 PM

ସାଗର: ମଧ୍ୟ ପ୍ରଦେଶର ସାଗରରୁ ଅଜବ ଗଜବ ମାମଲା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନାରେ ମିଳୁଥିବା ଫାଇଦାର ଲୋଭରେ ପଡି ଧରା ପଡିଛନ୍ତି ଏନଏସୟୁଆଇର ରାଷ୍ଟ୍ରୀୟ ସମନ୍ଵୟକ ନୈତିକ ଚୌଧୁରୀ। ନୈତିକ ୧୫ ଦିନ ପୂର୍ବେ ପ୍ରେମ ବିବାହ କରିଥିଲେ। ତଥାପି ଲୋଭ ସମ୍ବରଣ କରିନପାରି ସାଗର ସ୍ଥିତ ବାଲାଜୀ ମନ୍ଦିରରେ ଆୟୋଜିତ ସାମୂହିକ ବିବାହରେ ପୁଣି ଥରେ ନିଜ ପତ୍ନୀଙ୍କୁ ବିବାହ କରିବାକୁ ଆସି ହଟହଟା ହୋଇଛନ୍ତି କଂଗ୍ରେସ ନେତା। ଏହି ମାମଲାକୁ ନେଇ ବିଜେପି କଂଗ୍ରେସକୁ ଆକ୍ଷେପ କରିଛି।
ସୂଚନା ଅନୁଯାୟୀ, ଏନଏସୟୁଆଇର ରାଷ୍ଟ୍ରୀୟ ସମନ୍ଵୟକ ନୈତିକ ଚୌଧୁରୀ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମିଳୁଥିବା ଲାଭର ଫାଇଦା ଉଠାଇବାକୁ ଚାହୁଁଥିଲେ। ତେଣୁ ସେ ଯୋଜନା ମୁତାବକ ପତ୍ନୀଙ୍କୁ ନେଇ ପୁନର୍ବାର ବିବାହ କରିବାକୁ ସମାରୋହରେ ପହଞ୍ଚିଥିଲେ। ହେଲେ ପେଣ୍ଡାଲରେ ବସିଥିବା ସମୟରେ କାହାରି ନଜର ତାଙ୍କ ଉପରେ ପଡିଥିଲା ଏବଂ ସେ ଆୟୋଜକଙ୍କୁ ଜଣାଇଥିଲେ। ଆୟୋଜକ ତୁରନ୍ତ ଏହାର ସୂଚନା ପୋଲିସକୁ ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନୈତିକଙ୍କୁ ଗିରଫ କରି ପଣ୍ଡାଲରୁ ସିଧାସଳଖ ଥାନାକୁ ନେଇ ଯାଇଛି।
यह श्रीमान एनएसयूआई के राष्ट्रीय समन्वयक हैं। मुख्यमंत्री कन्यादान योजना का लाभ लेने के लिए दूसरी बार विवाह रचाने चले थे।
— लोकेन्द्र पाराशर Lokendra parashar (@LokendraParasar) May 26, 2022
खबर है कि पुलिस ने दबोच लिया है ।
क्या कहते हैं कमलनाथ जी! @NSUIMP @nsui pic.twitter.com/804Vq9z1wv
ନୈତିକ ଦୁଇ ସପ୍ତାହ ତଳେ ଧୂମଧାମରେ ବିବାହ କରିଥିଲେ। ହେଲେ ଏବେ ସେ ଲୋଭରେ ପଡି ହୀନସ୍ତା ହୋଇଛନ୍ତି। ପୋଲିସ ତାଙ୍କୁ ନେଉଥିବା ବେଳେ ପତ୍ନୀ ମଧ୍ୟ ତାଙ୍କ ପଛରେ ଦୌଡିଥିଲେ। ପତ୍ନୀ କହିଛନ୍ତି, ଏମିତି କରିବାକୁ ସେ ସ୍ଵାମୀଙ୍କୁ ମନା କରିଥିଲେ। ପୋଲିସ ତାଙ୍କୁ ହେପାଜତରେ ରଖି ପଚରା ଉଚୁରା କରୁଛି।
ଏହି ପୂରା ମାମଲାରେ ବିଜେପି ରାଜ୍ୟ ମିଡିଆ ସେଲର ମୁଖ୍ୟ ଲୋକେନ୍ଦ୍ର ପରାଶର ଟୁଇଟ୍ କରି କହିଛନ୍ତି, ଏହି ଶ୍ରୀମାନ ଏନଏସୟୁଆଇର ରାଷ୍ଟ୍ରୀୟ ସମନ୍ଵୟକ। ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାର ଲାଭ ଉଠାଇବା ପାଇଁ ସେ ଦ୍ଵିତୀୟ ଥର ବିବାହ କରିବାକୁ ବସିଥିଲେ। ଖବର ପାଇ ପୋଲିସ ତାଙ୍କୁ ଗିରଫ କରିଛି। ଏହା ଉପରେ କଣ କହିବେ କମଲନାଥ ଜୀ !