Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

SIT ଇନଭେଷ୍ଟିଗେସନ ଦାବି କଲେ ନରସିଂହ, କହିଲେ ରାଜ୍ୟରେ ବାଟବଣା ହେଉଛି ତଦନ୍ତ

13/03/2023 at 4:32 PM

ଭୁବନେଶ୍ୱର ୧୩/୦୩: ରାଜ୍ୟରେ ଚାଲିଥିବା ତଦନ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ଵାରା ଅନୁସନ୍ଧାନ ଜାରି ରହିଛି । ଅନୁସନ୍ଧାନ ଲେଖାଯାଇଛି । ଅପମୃତ୍ୟ ମାମଲା ରୁଜୁ ହେଲା । ହେଲେ ତଦନ୍ତ ହେବ ଅନୁସନ୍ଧାନ ହେବ ନାହିଁ ।

ଅପମୃତ୍ୟୁ ମାମଲାରେ ମାଜିଷ୍ଟ୍ରେଟଙ୍କ ତଦନ୍ତ ପାଇଁ ୨୪ ରୁ ୪୮ ଘଣ୍ଟା ଲାଗିବା କଥା । ୩ ମାସ ତଦନ୍ତ କରାଯାଏ ଏହା କେବେ ଶୁଣାଯାଇନି । ମେଡିକାଲ ରିପୋର୍ଟ ସମୟରେ ବି କିଛି ମ୍ୟାନିପୁଲେଟ ହୋଇଥିବା ଅଭିଯୋଗ କରିଛନ୍ତି ନରସିଂହ। ରିପୋର୍ଟରେ କିଛି ଲେଖା ଯାଇନାହିଁ । ହତ୍ୟାକାଣ୍ଡକୁ ଚପାଇ ଦେବାକୁ ଚେଷ୍ଟା କରାଯଉଛି ।

ଆମେ ଦାବି କରୁଛି ଯେ, ରାଜ୍ୟରେ SIT ମାଧ୍ୟମରେ ତଦନ୍ତ କରାଯାଉ । ନବ ଦାସଙ୍କ ହତ୍ୟାକାଣ୍ଡଠୁ ଗୋବିନ୍ଦ ସାହୁଙ୍କ ପର୍ଯ୍ୟନ୍ତ ସମସ୍ତ ଘଟଣାରେ SIT ତଦନ୍ତ କରାଯାଉ । ଦକ୍ଷ ଅଫିସର ରଖାଯାଉ। ରାଜ୍ୟରେ ସରକାର ଚାଲୁଛି କି ନାହି ସନ୍ଦେହ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରକୁ ନେଇ ତୀବ୍ର ନିନ୍ଦା କଲେ ନରସିଂହ ।

   Related Posts