କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟା ଘଟଣା : ହତ୍ୟାକାରୀଙ୍କ ଘର ଉପରେ ଆକ୍ରମଣ ଓ ଆସବାବପତ୍ର ପୋଡ଼ାଜଳା
10/06/2023 at 3:12 PM

ରାୟଗଡା ୧୦।୬: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କସନାଦୋରା ଗ୍ରାମରେ ଶୁକ୍ରବାର କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି । ହତ୍ୟାକାରୀ ବାଘ ଗୌଡ ଘର ଉପରେ ଗଜେନ୍ଦ୍ରଙ୍କ ସମର୍ଥକ ଆକ୍ରମଣ କରିଛନ୍ତି । ଏଭଳିକି ହତ୍ୟାକାରୀ ବାଘଙ୍କ ସମ୍ପର୍କୀୟଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଛି । ଚାନ୍ଦଗିରି ଗ୍ରାମରେ ୪ଟି ଘର ଭାଙ୍ଗିବା ସହିତ ଆସବାବପତ୍ର ଓ ଗୋଟିଏ ବାଇକ ପୋଡ଼ାଜଳା କରିଛନ୍ତି । ଫଳରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଶାନ୍ତି ଶୃଙ୍ଖଳା ପାଇଁ ଅଧିକ ପୋଲିସ ରାୟଗଡ଼ାଠାରୁ ଯାଉଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, କାସନାଦୋରା ଗାଁ ନିକଟରେ କଂଗ୍ରେସ ନେତା ଗଜେନ୍ଦ୍ର ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ବାଘ ଗୌଡ । ଠିକା କାମ ଓ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଥିଲା । ପୋଲିସ ହତ୍ୟାକାରୀ ବାଘ ଗୌଡକୁ ଗିରଫ କରିଥିଲା । ତଥାପି କଂଗ୍ରେସ ଦଳର ଜଣେ ଆଗଧାଡିର ନେତା ହୋଇଥିବା କାରଣରୁ ତାଙ୍କ ସମର୍ଥକ ସହଜରେ ଗ୍ରହଣ କରିପାରି ନାହାନ୍ତି । ଏହାପରେ ସଂଘବଦ୍ଧ ହୋଇ ଚାନ୍ଦଗିରି ଗ୍ରାମରେ ଆକ୍ରମଣ ହୋଇଛି ।
You Can Read :