ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଭୂପେଶ ବଘେଲ; ନିଜ ନିର୍ବାଚନ ମଣ୍ଡଳୀରୁ ଜିତିଲେ

Published By : Prameya-News7 Bureau | December 03, 2023 IST

ରାୟପୁର: ରାଜସ୍ଥାନରେ କଂଗ୍ରେସର ଫଳାଫଳ ଅପ୍ରତ୍ୟାଶିତ ରହିଛି। ଦଳ ଏଠି ନିର୍ବାଚନ ହାରିଯିବ ବୋଲି କେହି ବିଶ୍ୱାସ କରୁ ନଥିଲେ। ହେଲେ କଂଗ୍ରେସ ପରାସ୍ତ ହୋଇଛି। ଦଳର ପରାଜୟ ସହିତ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବଘେଲ ରାଜଭବନ ଯାଇ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ର ପଦ ହରାଇଲେ ବି ନିଜ ଆସନ କିନ୍ତୁ ବଞ୍ଚାଇ ଦେଇଛନ୍ତି ଭୂପେଶ ବଘେଲ।

ପାଟନ ନିର୍ବାଚନ ମଣ୍ଡଳୀରୁ ଭୂପେଶ ବଘେଲ ବିଜେପି ପ୍ରାର୍ଥୀ ତଥା ତାଙ୍କ ପୁତୁରା ବିଜୟ ବଘେଲଙ୍କୁ ଠାରୁ ୧୯,୭୨୩ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଭୂପେଶ ବିଜୟ ହେଲେ ବି ସେ ଆଉ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ। କାରଣ ଛତିଶଗଡ଼ ଜନତା ତାଙ୍କ ଦଳ କଂଗ୍ରେସ ଠାରୁ କ୍ଷମତା ଛଡ଼ାଇ ନେଇଛନ୍ତି।

wp:html /wp:html

ପଢ଼ନ୍ତୁ-ସେମି ଫାଇନାଲ୍‌ରେ ବିଜେପିର ବମ୍ପର ବିଜୟ, ଜାଣନ୍ତୁ କ’ଣ ରହିଛି ବିଜୟର ବଡ଼ ଫ୍ୟାକ୍ଟର ?

ଛତିଶଗଡ଼ରେ ମୋଟ ୯୦ ଆସନ ମଧ୍ୟରୁ ବିଜେପି ୫୨ଟି ଆସନରେ ବିଜୀୟ ହୋଇଥିବା ବଳେ କଂଗ୍ରେସକୁ ମିଳିଛି ମାତ୍ର ୩୪ ଟି ଆସନ। ରାଜ୍ୟରେ ବିଜେପି ସରକାର ଗଠନ କରିବା ନିଶ୍ଚିତ ହୋଇଥିଲେ ହେଁ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ।

ପାଟନ ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ଲଢ଼େଇ ହୋଇଥିଲା। କଂଗ୍ରେସର ଭୂପେଶ ବଘେଲ, ବିଜେପି ପ୍ରାର୍ଥୀ ତଥା ଲୋକସଭା ପ୍ରାର୍ଥୀ ବିଜୟ ବଘେଲ ଓ ଜନତା କଂଗ୍ରେସ ଛତିଶଗଡ଼(ଜେ)ର ଅମିତ ଯୋଗୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ହେଲେ ଏହି ନିର୍ବାଚନ ମଣ୍ଡୀରେ ଲୋକେ ଭୂପେଶଙ୍କ ଉପରେ ଭରୋସା କରିଛନ୍ତି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.