ନୂଆଦିଲ୍ଲୀ ୨୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୋଭିଡ ଟିକା ପ୍ରସ୍ତୁତ କରୁଥିବା ୩ ସଂସ୍ଥାଙ୍କ କାରଖାନା ବୁଲି ଦେଖିଛନ୍ତି। ଏହା ସହ ଗସ୍ତକାଳରେ ଟିକା ଗବେଷଣା କରୁଥିବା ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସହ ଟିକା ନେଇ ଆଲୋଚନା ମଧ୍ୟ କରିଛନ୍ତି। କୋଭିଡ କାଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ରବିବାର ଉଚ୍ଚ ପ୍ରଶଂସା କରିଛନ୍ତି।
wp:html/wp:htmlPrime minister Shri Narendra Modi visit to Serum Institute, Bharat Biotech and Zydus Cadilla was a recognition of Indian scientists and their work to produce the vaccine for COVID-19 That alone will lift morale of frontline warriors and reassure the nation.
— Anand Sharma (@AnandSharmaINC) November 29, 2020
ଏ ନେଇ ଶର୍ମା ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ପ୍ରଧାମନ୍ତ୍ରୀଙ୍କ ଏପରି ପଦକ୍ଷେପ ଏପରି ଏକ ସମୟରେ ନେଇଛନ୍ତି ଯାହା ଅକଳ୍ପନୀୟ ବୋଲି ଉଲ୍ଲେଖ କରିଛନ୍ତି। ଏକ ଭିନ୍ନ ଦୃଷ୍ଟିକୋଣରୁ ସେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଉଲ୍ଲେଖନୀୟ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଶନିବାର ପୁନା ସିରମ ଇନିଷ୍ଟିଚ୍ୟୁଟ୍ ସମେତ ଭାରତ ବାୟୋଟେକ୍ ଓ କାଡିଲା ପରିଦର୍ଶନ କରିଥିଲେ। ଏହା ଦ୍ୱାରା ଦେଶରେ ଟିକା ଗବେଷଣା କରୁଥିବା ବୈଜ୍ଞାନିକ ଓ ଗବେଷକଙ୍କୁ ଏକ ପରିଚୟ ମିଳିପାରିଥିବା ବେଳେ ଅଗ୍ରୀମ ଧାଡିରେ କୋଭିଡ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବ ବୋଲି ଶର୍ମା କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଟିକା ପ୍ରସ୍ତୁତିରେ ଲାଗିଥିବା ବୈଜ୍ଞାନିକ ଓ ଗବେଷକଙ୍କ ଲାଗି ସେମାନଙ୍କ କାମ ଲାଗି ଏକ ପରିଚୟ ବୋଲି ଆନନ୍ଦ ଶର୍ମା ଉଲ୍ଲେଖ କରିଛନ୍ତି। ଏହା ସେହିସବୁ ସଂସ୍ଥାଙ୍କ ସମ୍ମାନ ଯେଉଁ ସଂସ୍ଥାଙ୍କୁ ଭାରତ କେତେ ଦଶକ ଲାଗି ନିର୍ମିତ କରିଛି। ଏହି ସବୁ ସଂସ୍ଥା ବିଶ୍ୱର ସର୍ବ ବୃହତ୍ତ ଟିକା ନିର୍ମାତା ହେବାରେ ସମସ୍ତ ମନଦଣ୍ଡ ପୁରଣ କରନ୍ତି। ଏଣୁ ଏଭଳି ଏକ ସମୟରେ ପ୍ରଧାନମନ୍ତ୍ରୀଙ୍କ ପରିଦର୍ଶନ ବାସ୍ତବିକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶର୍ମା ଉଲ୍ଲେଖ କରିଛନ୍ତି।
wp:html/wp:htmlमोदी जी कम्पनियों के दफ़्तर जा फ़ोटो खिंचा रहे हैं और लाखों किसान दिल्ली के सड़कों पर कराह रहे हैं।
— Randeep Singh Surjewala (@rssurjewala) November 28, 2020
काश! PM जहाज़ की बजाय ज़मीन पर किसान से बात करते।
कोरोना वैक्सीन साइंटिस्ट और शौधकर्ता ढूंढेंगे,
व...
देश का पेट किसान पालेंगे,
और...
मोदी जी तथा भाजपाई टेलिविज़न सम्भालेंगे ! pic.twitter.com/OHnMkNKSEt
ତେବେ ରାଜଧାନୀରେ ଚାଷୀ ଆନ୍ଦୋଳନକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ରଣଦୀପ ସୂରଜେୱାଲା ଶନିବାର ମୋଦିଙ୍କୁ ସମାଲୋଚନା କରିଥିଲେ। ବୈଜ୍ଞାନିକ ଟିକା ଗବେଷଣା କରୁଛନ୍ତି, ଚାଷୀ ଦେଶର ପେଟ ପାଳୁଛି ବିଜେପି ନେତା କେବଳ ଫଟୋଉଠା ରାଜନୀତି କରୁଛନ୍ତି ବୋଲି ସୂରଜେୱାଲା ଟିପ୍ପଣୀ କରିଥିଲେ।