ନୂଆଦିଲ୍ଲୀ: ଆମେରିକା ସର୍ଟ ସେଲର କମ୍ପାନି ହିଣ୍ଡେନବର୍ଗ ରିପୋର୍ଟ ପରେ ସେବି ମୁଖ୍ୟ ମାଧବୀ ବୁଚ୍ଙ୍କୁ ବାରମ୍ବାର ଟାର୍ଗେଟ୍ କରୁଛି କଂଗ୍ରେସ । ସୋମବାର ଏକ ସଦ୍ୟ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖ୍ୟପାତ୍ର ପଓ୍ବନ ଖେଡ଼ା । ସେବି ମୁଖ୍ୟଙ୍କ ବିରୋଧରେ ଆର୍ଥିକ ଘୋଟାଲାର ମହାଖୁଲାସା କରିଛନ୍ତି । ଏକ ପ୍ରାଇଭେଟ୍ କମ୍ପାନୀଠୁ ମାଧବୀ ବୁଚ୍ ନିୟମିତ ଭାବେ ଟଙ୍କା ପ୍ରାପ୍ତ କରୁଥିଲେ । ୨୦୧୬ରୁ ୨୦୨୪ ମଧ୍ୟରେ ୧୬କୋଟି ୮୦ ଲକ୍ଷ ଟଙ୍କା ପ୍ରାପ୍ତ କରିଥିବା ଅଭିଯୋଗ କରିଛନ୍ତି ପଓ୍ବାନ ଖେଡ଼ା ।
କଂଗ୍ରେସ ଦାବି କରିଛି ଆର୍ଥିକ୍ ଘୋଟାଲା ଖେଳରେ ବାଦଶାହା କେହି ଜଣେ ଅଛନ୍ତି । ମାତ୍ର ସମସ୍ତ ଅଧିକାରୀ ତାଙ୍କ ସପକ୍ଷରେ ରହିବା ଏହା ଜରୁରୀ ନୁହେଁ । ଏମାନଙ୍କ ମଧ୍ୟରୁ ଜଣେ ଏହି ମୋହରା ରହିଛନ୍ତି । କଂଗ୍ରେସ ମୁଖପାତ୍ର ପଓ୍ବାନ ଖେଡିଙ୍କ ଏହି ଇସାରା ସେବି ମୁଖ୍ୟ ମାଧବୀ ବୁଚଙ୍କ ଆଡ଼କୁ ଇଙ୍ଗିତ କରୁଛି । ହିଣ୍ଡେନବର୍ଗ ରିପୋର୍ଟ ଉପରେ ସୁପ୍ରିମକୋର୍ଟଙ୍କ ମନିଟରିଂରେ ଯାଞ୍ଚ ହୋଇ ସାରିଛି । ସେବି ଅଧ୍ୟକ୍ଷ ମାଧବୀ ବୁଚ୍ ୨୦୧୭ରୁ ୨୦୨୪ ମଧ୍ୟରେ ICICI ବ୍ୟାଙ୍କରୁ ୧୬ କୋଟି ୮୦ ଲକ୍ଷ ଟଙ୍କା ଅର୍ଥ ପ୍ରାପ୍ତି କରିଛନ୍ତି ବୋଲି ପଓ୍ବାନ ଖେଡ଼ା କହିଛନ୍ତି । ICICI ବ୍ୟାଙ୍କରୁ, ICICI ପ୍ରୁଡେନ୍ସିଆଲରୁ ଦରମା ଏବଂ ESoPs ନେଇଛନ୍ତି । ଏହା ସେବିର ଧାରା-୫୪କୁ ଉଲ୍ଲଙ୍ଘନ କରୁଛି ବୋଲି ଖେଡା କହିଛନ୍ତି ।
ମାର୍କେଟ୍ ରେଗୁଲେଟର ହୋଇଥିବା ସତ୍ତ୍ବେ କୌଣସି କମ୍ପାନି ଠାରୁ ଦରମା ନେବା କେତେ ଯୁକ୍ତିଯୁକ୍ତ ? ସେବି ମୁଖ୍ୟ ମାଧବୀ ବୁଚ୍ ICICI ବ୍ୟାଙ୍କଠୁ କାହିଁକି ଟଙ୍କା ନେଇଥିଲେ ବୋଲି ପାଓ୍ବାନ ଖେଡା ପ୍ରଶ୍ନ କରିଥିଲେ । ସେବିର ସର୍ବକାଳୀନ ସଦସ୍ୟ ରହିଥିବା ବେଳେ ICICI ବ୍ୟାଙ୍କଠୁ ଏବଂ ICICI ପ୍ରୁଡେନ୍ସିଆଲଠୁ ନିୟମିତ ଭାବେ ତାଙ୍କୁ ଟଙ୍କା ମିଳୁଥିଲା। କଂଗ୍ରେସ ଅଭିଯୋଗ କରିଛି, ମାଧବୀ ବୁଚ୍ ୨୦୧୭-୧୮ ଗୋଟିଏ ବର୍ଷରେ ICICI ବ୍ୟାଙ୍କଠୁ ୨.୦୬ କୋଟି ଟଙ୍କା ଦମରା ଏବଂ ICICI ପ୍ରୁଡେନ୍ସିଆଲଠୁ ୭ ଲକ୍ଷ ଟଙ୍କା ନେଇଛନ୍ତି ।