କଂଗ୍ରେସ କାର୍ଯ୍ୟାଳୟରେ ରକ୍ତାକ୍ତ ସଂଘର୍ଷ, ୩ ଗୁରୁତର
17/02/2020 at 5:15 PM

ପୁରୀ ୧୭।୦୨ ପୁରୀ କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁ ମୁହିଁ । ସାମ୍ବାଦିକ ସମ୍ମିଳନୀ ସମୟରେ ଯୁବ କଂଗ୍ରେସର ଦୁଇ ଗୋଷ୍ଠୀମଧ୍ୟରେ ମାର ପିଟ୍ ହୋଇଥିବା ସୂଚନା ।
ଲୁହାଛଡ ଧରି ପରସ୍ପରକୁ ଆକ୍ରମଣ କରିଥିବା ଅଭିଯୋଗ । ଏହି ରକ୍ତାକ୍ତ ସଂଘର୍ଷରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁମ୍ଭାରପଡା ପୁଲସି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଜଣଙ୍କୁ ଅଟକ ରଖିଛି। ଏହି ସଂଘର୍ଷ ସମୟରେ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତିଙ୍କ ସହ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିବା ସୂଚନା ମିଳିଛି।
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023