ରାଜ୍ୟବାସୀଙ୍କ ନିକଟତର ହେବାକୁ କଂଗ୍ରେସର ପ୍ରୟାସ ; ଆଜିଠାରୁ ରାଜ୍ୟ କଂଗ୍ରେସର ଜନସମ୍ପର୍କ ଯାତ୍ରା
Published By : Prameya-News7 Bureau | October 04, 2018 IST
ଭୁବନେଶ୍ବର ୪|୧୦: ରାଜ୍ୟବାସୀଙ୍କ ସହ ନିକଟତର ହେବାକୁ କଂଗ୍ରେସର ପ୍ରୟାସ । ଆଜିଠାରୁ ରାଜ୍ୟ କଂଗ୍ରେସ ପକ୍ଷରୁ ଆରମ୍ଭ ହେଉଛି ଜନ ସମ୍ପର୍କ ଯାତ୍ରା । ଗୋଟିଏ ବସରେ ସାରା ରାଜ୍ୟ ବୁଲିବେ କଂଗ୍ରେସ ନେତା । ବାଲେଶ୍ବରରୁ ଏହି ଯାତ୍ରା ଆରମ୍ଭ ହେବ । ଚଣ୍ଡିଗଡରୁ ଆସିଥବା ସ୍ବତନ୍ତ୍ର ବସରେ ସବାର ହୋଇ ଓଡ଼ିଶା ପରିକ୍ରମା କରିବେ କଂଗ୍ରେସ ନେତାଏ । ପିସିସି ସଭାପତି, କାର୍ଯ୍ୟକାରୀ ସଭାପତି ସମେତ ଜିଲ୍ଲାର ବରିଷ୍ଠ ନେତାମାନେ ଏକାଠି ଯାତ୍ରା କରିବେ । କଂଗ୍ରେସ ବୁଥ୍ ସ୍ତରରୁ ସଙ୍ଗଠନକୁ ମଜବୁତ କରିବା ସହ କଂଗ୍ରେସରେ ମେମ୍ବର କେମିତି ବଢ଼ିବେ ସେ ନେଇ ଦଳ ପକ୍ଷରୁ ଅଧିକ ଧ୍ୟାନ ଦିଆଯାଉଛି । ସେପଟେ ବୁଥ୍ ସ୍ତରରୁ କଂଗ୍ରେସକୁ ମଜଭୁତ କରିବାକୁ ଅଣ୍ଟା ଭିଡିଲେ ପିସିସି । ଉପସଭାପତି ଏବଂ ସାଧରଣ ସମ୍ପାଦକଙ୍କୁ ଗୋଟିଏ ଗୋଟିଏ ଜିଲ୍ଲା ଦାୟିତ୍ବ ସହ ଛାମୁଆ ସଙ୍ଗଠନ ଦାୟିତ୍ବ ଦିଆଯାଇଛି । ଏହାସହ କଂଗ୍ରେସ ପ୍ରାର୍ଥୀ ହେବାକୁ ହେଲେ ପ୍ରୋଜେକ୍ଟ ଶକ୍ତି ଜରିଆରେ ୧୦ ହଜାର ମେମ୍ବର୍ କରିବାକୁ ଟାର୍ଗେଟ୍ ଦିଆଯାଇଛି । ନଚେତ ଟିକେଟ ଦିଆଯିବନି ବୋଲି ଚେତାବନୀ ଦିଆଯାଇଛି ।