ଜିଲ୍ଲାରୁ ନେଇ ରାଜ୍ୟରେ ଗଡ଼ିଲାଣି କଂଗ୍ରେସ କନ୍ଦଳ, ତାରା କହିଲେ ପ୍ରଭାରୀଙ୍କୁ କେବଳ ଅପେକ୍ଷା

Published By : Prameya-News7 Bureau | August 26, 2021 IST

କୋରାପୁଟ, ୨୬/୦୮:  କୋରାପୁଟ ଜିଲ୍ଲାର କଂଗ୍ରେସ ଦଳୀୟ ବିଶୃଙ୍ଖଳା ଏବେ ଜିଲ୍ଲାରୁ ନେଇ ରାଜ୍ୟରେ ଗଡିଲାଣି ।  ତାରା ସିଧାସଳଖ ପିସିସି ସଭାପତିଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ କରିଥିବା ବେଳେ ଆଗାମୀ ଦିନରେ ୫୦ହଜାର କର୍ମୀ ସହ କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଠାରେ କରିବେ ବିଶାଳ ସମାବେଶ। ଏହାକୁ କଡ଼ା ଜବାବ ଦେଇଥିଲେ ପ୍ରଦିପ ମାଝୀ । ତାରା ଆଦିବାସୀ ବିରୋଧୀ ନେତା କହିବାପରେ ଏବେ ପୁଣି ଗରମ ନେଇଛି ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ କନ୍ଦଳ ।

ଗତକାଲି ଦଳୀୟ ବିଶୃଙ୍ଖଳା ନେଇ ତାରାପ୍ରସାଦ ବାହିନୀପତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପ୍ରଦେଶ କମିଟିର ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାରାପ୍ରସାଦ ବାହିନୀପତି । ନବରଙ୍ଗପୁର ଜିଲ୍ଲା ପ୍ରଦେଶ କମିଟି ସଭାପତିଙ୍କୁ ନିଜ ଅନ୍ଦାଜରେ ଆଉ ଷ୍ଟାଇଲରେ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ଶାଣିତ୍ୟ ଆକ୍ରମଣ କରିଛନ୍ତି । ଆସନ୍ତା ୩୦ତାରିଖ ଦିନ ଓଡ଼ିଶା ପ୍ରଭାରୀ ଚେଲା କୁମାର ଓଡ଼ିଶା ଆସିବା ପରେ ତାଙ୍କ ସହ ଆଲୋଚନା କରି ଆଗାମୀ ପଦକ୍ଷେପ ସ୍ପଷ୍ଟ କରିବେ ବୋଲି ତାରା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.