oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ରାହୁଲ ଗାନ୍ଧୀଙ୍କୁ ମନେଇବାରେ ବିଫଳ କଂଗ୍ରେସ, ବିଳମ୍ବ ହୋଇପାରେ ଅଧ୍ୟକ୍ଷ ପଦ ନିର୍ବାଚନ

16/08/2022 at 5:54 PM

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ। କଂଗ୍ରେସ ପାଇଁ ଏହା ଏକ ଅବୁଝା ଅଙ୍କରେ ପରିଣତ ହୋଇଛି। ଦୀର୍ଘ ସମୟରୁ ଅନ୍ତରୀଣ ଅଧ୍ୟକ୍ଷ ଭରସାରେ ଚାଲିଛି କଂଗ୍ରେସ। ଦଳର ଅନେକ ନେତା ଚାହାନ୍ତି ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରନ୍ତୁ। ହେଲେ ରଣନୀତିକାର ରାହୁଲ ଗାନ୍ଧୀଙ୍କୁ ଏ ନେଇ ମନେଇବାରେ ବିଫଳ ହୋଇଛନ୍ତି। ଏହି କାରଣରୁ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନରେ ବିଳମ୍ବ ଘଟିପାରେ। ରାହୁଲ ସଂପ୍ରତି ନିର୍ବାଚନ ଲଢିବା ପାଇଁ କୌଣସି ସ୍ପଷ୍ଟ ସଙ୍କେତ ଦେଇ ନାହାନ୍ତି। ରାହୁଲ ଗାନ୍ଧୀଙ୍କ  ପକ୍ଷରୁ କୌଣସି ସ୍ପଷ୍ଟ ଜବାବ ନମିଳିବା କାରଣରୁ କଂଗ୍ରେସ କାର୍ଯ୍ୟକମିଟି ବୈଠକ ଡକାଯାଉ ନାହିଁ। ବୈଠକରେ ନିର୍ବାଚନ ତାରିଖ ଘୋଷଣା ହେବାର ଥିଲା। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁତାବକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି କରି ସାରିଛି।

ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ଵାଧିନ କେନ୍ଦ୍ରୀୟ ନିର୍ବାଚନ ପ୍ରାଧୀକରଣ କହିଛନ୍ତି, ପାର୍ଟି ନିର୍ଦ୍ଧାରିତ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ। ସବୁ କିଛି କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଉପରେ ନିର୍ଭର କରେ। କମିଟିକୁ ହିଁ ନିର୍ବାଚନ ତାରିଖ ଘୋଷଣା କରିବାର ଅଛି। ପାର୍ଟି ଦ୍ଵାରା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ବାଚନ ପ୍ରକ୍ରିୟା ଅଗଷ୍ଟ ୨୧ରୁ ଆରମ୍ଭ ହେବାର ଥିଲା ଏବଂ ସେପ୍ଟେମ୍ବର ୨୦ ପୂର୍ବରୁ ନୂତନ ଅଧ୍ୟକ୍ଷ ଚୟନ କରାଯିବାର ଥିଲା। ରାଜ୍ୟଗୁଡିକର କଂଗ୍ରେସ ସଭାପତି ମଧ୍ୟ ଅଗଷ୍ଟ ୨୦ ତାରିଖ ସୁଦ୍ଧା ଚୟନ କରାଯିବାର ଥିଲା। ମାତ୍ର ଏ ପର୍ଯ୍ୟନ୍ତ କୌଣସି ରାଜ୍ୟରେ ଏହି ପ୍ରକ୍ରିୟା ପୂରା ହୋଇ ନାହିଁ।

ଉତ୍ତର ପ୍ରଦେଶ, ବିହାର ପରି ରାଜ୍ୟରେ କେଉଁ ଦିନଠୁ କଂଗ୍ରେସ ସଭାପତି ନାହାନ୍ତି। କିନ୍ତୁ ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ନହେବା କାରଣରୁ ପାର୍ଟି ଦ୍ଵନ୍ଦ୍ଵରେ ରହିଛି ଏବଂ ସାଂଗଠନିକ ନିର୍ବାଚନକୁ ନେଇ ସଂଶୟ ଜାରି ରହିଛି। ରାହୁଲ ଗାନ୍ଧୀଙ୍କୁ ସେପ୍ଟେମ୍ବର ୭ରୁ ‘ଭାରତ ଯୋଡୋ ଯାତ୍ରା’ର ଆରମ୍ଭ କନ୍ୟାକୁମାରୀରୁ କରିବାର ଅଛି ଏବଂ ଏହା ଦୀର୍ଘ ସମୟ ଧରି ଜାରି ରହିବ। ତେଣୁ ନିର୍ବାଚନରେ ବିଳମ୍ବ ଘଟିପାରେ।

   Related Posts