ରାଜ୍ୟସଭା ନିର୍ବାଚନ:  କଂଗ୍ରେସକୁ ଘାରିଛି ଘୋଡ଼ା ବେପାର ଡର, ଛତିଶଗଡ଼ରେ ବିଧାୟକଙ୍କ ଲାଗି ବୁକ୍ କରିଛି ରିସୋର୍ଟ

Published By : Prameya-News7 Bureau | June 01, 2022 IST

ରାୟପୁର ୧।୬: ରାଜ୍ୟସଭା ନିର୍ବାଚନକୁ ନେଇ ୧୦ ଜୁନ ଭୋଟ ଗ୍ରହଣ କାଳରେ ଘୋଡ଼ା ବେପାରକୁ ଧ୍ୟାନରେ ରଖି କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିଛି। ଏଥିଲାଗି କଂଗ୍ରେସ ରିସୋର୍ଟ ବୁକ୍ କରାଇଥିବା ଜଣାପଡିଛି। ସୂତ୍ର ଅନୁସାରେ କଂଗ୍ରେସ ପାର୍ଟି ହରିୟାଣା ବିଧାୟକଙ୍କୁ ଛତିଶଗଡ ନେବ। ଏଠାକାର ଏକ ରିସୋର୍ଟରେ ଏଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ନିର୍ବାଚନ ପୂର୍ବରୁ ପାର୍ଟି ଏଠାରେ ଏକ ରିସୋର୍ଟକୁ ବୁକ୍ କରିଦେଇଛି।

ଛତିଶଗଡରେ କଂଗ୍ରେସର ସରକାର ରହିଛି ଓ ଭୂପେଶ ବଘେଲ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ତେବେ କଂଗ୍ରେସ କେବେ କେଉଁ ରାସ୍ତାରେ ବିଧାୟକଙ୍କୁ ଛତିଶଗଡ ସିଫ୍ଟ କରିବ ତାହା ଏପର୍ଯ୍ୟ ସ୍ପଷ୍ଟ ହୋଇ ନାହିଁ। ତେବେ ଦିନେ ବା ଦୁଇ ଦିନରେ ହୁଏତ କଂଗ୍ରେସ ନିଜ ବିଧାୟକଙ୍କୁ ଏଠାକୁ ସ୍ଥାନାନ୍ତରଣ କରିପାରେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଆକଳନ କରାଯାଉଛି।

{"id":636914,"sizeSlug":"full","linkDestination":"none"}

କୁହାଯାଉଛି ରାଜ୍ୟସଭା ନିର୍ବାଚନରେ ଏଥର କଂଗ୍ରେସ ବାହର ଲୋକଙ୍କୁ ପ୍ରାର୍ଥୀ କରିଛି। ଏଣୁ ଏଥିରେ ନେତାଙ୍କ ଅସନ୍ତୋଷକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ଅଜୟ ମାକନଙ୍କୁ ହରିୟାଣାରୁ ପ୍ରାର୍ଥୀ କରାଯାଇଛି। ପ୍ରାର୍ଥୀ ସୂଚୀ ଜାରି ହେବା ପରେ ବରିଷ୍ଠ କଂଗ୍ରେସ ନେତା କୂଲଦୀପ ବିଶ୍ନୋଇ ପାର୍ଟିର ନିଷ୍ପତିକୁ ନେଇ କ୍ଷୁବ୍ଧ ଅଛନ୍ତି। ଏହା ଛଡା ପାର୍ଟି ଲାଗି କାର୍ତ୍ତିକେୟ ଶର୍ମାଙ୍କ ପ୍ରାର୍ଥୀତ୍ୱ ମଧ୍ୟ ଏକ ସମସ୍ୟା।

କାର୍ତ୍ତିକେୟ ଶର୍ମାଙ୍କ ଶ୍ୱଶୂର ପୂର୍ବତନ କଂଗ୍ରେସ ନେତା। ରାଜ୍ୟ ରାଜନୀତିରେ ତାଙ୍କର ବେଶ ଦବଦବା ରହିଛି। ଏଥିରେ ଯଦି ବିଧାୟକଙ୍କୁ ଲାଳଶା ଦେଖାଇ ଦିଆଯାଏ ପାର୍ଟି ଲାଗି ସମସ୍ୟା ଉପୁଜିବାର ସମ୍ଭାବନା ରହୁଛି। ଏଣୁ ହୁଏତ ବିଧାୟକ କିଣାବିକା ହୋଇପାରନ୍ତି ସେଥିଲାଗି କଂଗ୍ରେସ ନିଜର ପୂରୁଣା ରଣନୀତି ଅବଲମ୍ବନ କରୁଛି। ୨୦୧୭ ଗୋଆ ନିର୍ବାଚନ, ୨୦୧୮ ମଧ୍ୟପ୍ରଦେଶ ସରକାର ଭଙ୍ଗକାଳରେ ମଧ୍ୟ କଂଗ୍ରେସ ରିସୋର୍ଟ ରଣନୀତି ଅବଲମ୍ବନ କରିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.