ଭାରତୀୟ ଷ୍ଟର୍କ ମାର୍କେଟ୍ ଉପରେ ହିଣ୍ଡନବର୍ଗର ଆକ୍ରମଣ ଫେଲ୍, ରବିଶଙ୍କର ପ୍ରସାଦ କହିଲେ-ନିବେଶକଙ୍କୁ ସାଲ୍ୟୁଟ୍

Published By : Prameya-News7 Bureau | August 12, 2024 IST

ନୂଆଦିଲ୍ଲୀ: ହିଣ୍ଡନବର୍ଗର ନୂଆ ରିପୋର୍ଟର ପ୍ରଭାବ ଭାରତୀୟ ସୋମବାର ବଜାର ଉପରେ ଆଦୌ ପଡ଼ି ନାହିଁ । ଭାରତୀୟ ନିବେଶକ ବଜାର ଖୋଲିବା ସହ ହିଣ୍ଡନବର୍ଗ ରିପୋର୍ଟକୁ ଆଇନା ଦେଖାଇଛନ୍ତି । ବଜାର ଲାଲ୍ ସଂକେତ ଖୋଳିବା ପରେ ଦିନ ତମାମ ସବୁଜ ସଂକେତରେ କରାବାର କରିଥିଲା । ସେବି ଦ୍ୱାରା ନିବେଶକଙ୍କୁ ରିପୋର୍ଟ ଉପରେ ଧ୍ୟାନ ନଦେବା ପାଇଁ ଅପିଲ୍ କରାଯାଇଥିଲା । ସେପଟେ ବିଜେପି ମଧ୍ୟ ହିଣ୍ଡନବର୍ଗ ରିପୋର୍ଟରକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛି । ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ହିଣ୍ଡନବର୍ଗର ଆକ୍ରମଣ ପରେ ବି ଭାରତୀୟ ସେୟାର ବଜାର ସ୍ଥିରି ରହିଛି, ଏହା ଗର୍ବର କଥା । ନିବେଶକଙ୍କୁ ଏଥିପାଇଁ ସମାମ୍ ବୋଲି ସେ କହିଛନ୍ତି ।

ହିଣ୍ଡନବର୍ଗର ଦ୍ୱିତୀୟ ରିପୋର୍ଟ ପରେ ଅନୁମାନ କରାଯାଉଥିଲା ଯେ ଏହାର ପ୍ରଭାବ ସୋମବାର ଭାରତୀୟ ସେୟାର ବଜାର ଉପରେ ପଡ଼ିପାରେ ଏବଂ ବଜାରରେ ବଡ଼ ହ୍ରାସ ଘଟିପାରେ । କିନ୍ତୁ ଏପରି କିଛି ହେଲା ନାହିଁ । ନିବେଶକମାନେ ସେବି ଏବଂ ବଜାର ଉପରେ ଭରସା ବଜାୟ ରଖିଛନ୍ତି । ରବିଶଙ୍କର ପ୍ରସାଦ କହିଛନ୍ତି ଯେ ହିଣ୍ଡନବର୍ଗ ରିପୋର୍ଟ ଶନିବାର ଜାରି ହେଲା, ରବିବାର ହୋହାଲ୍ଲା କରାଗଲା ଫଳରେ ସୋମବାର ପୂରା କ୍ୟାପିଟାଲ ମାର୍କଟକୁ ଅସ୍ଥିର କରାଯିବ । ସେୟାର ମାମଲାରେ ମଧ୍ୟ ଭାରତ ଏକ ସୁରକ୍ଷିତ, ସ୍ଥିର ଏବଂ ଆଶାଜନକ ବଜାର ଅଟେ । ସେମାନେ ଯୋଜନା ରଖିଥିଲେ ଯେ ଏହାଦ୍ୱାରା ଭାରତର ଚମକ ଉଡିଯିବ, କିନ୍ତୁ ଏହା ହେଲା ନାହିଁ । ମୁଁ ବର୍ଗିତ ଯେ ଆଜି ବି ଭାରତର ଷ୍ଟକ୍ ମାର୍କେଟ୍ ସ୍ଥିର ରହିଛି । ଗତ ଥର ଯାହା ହୋଇଥିଲା, ଦୁଇ ଦିନରେ ବଜାର ରିକଭର୍ କରିଥିଲା । ଏହା ହିଁ ନୁହେଁ ସୁପ୍ରିମକୋର୍ଟ ମଧ୍ୟ ତଦନ୍ତ ପରେ ବଜାର ଅଧିକ ମଜଭୁତ କରିଥିଲା ।

ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଭାରତୀୟ ନିବେଶକ କଂଗ୍ରେସ ଏବଂ ହିଣ୍ଡନବର୍ଗର ଉଦ୍ଦେଶ୍ୟକୁ ବୁଝି ସାରିଛନ୍ତି । ଏହି ଷଡ଼ଯନ୍ତ୍ରର ବଜାର ଉପରେ କୌଣସି ପ୍ରଭାବ ପଡ଼ି ନାହିଁ । ମୁଁ ନିବେଶକଙ୍କୁ ସାଲ୍ୟୁଟ୍ କରିବାକୁ ଚାହୁଁଛି । ସେ ଅଭିଯୋଗ କରିଛନ୍ତି ଯେ ଭାରତର ଲୋଙ୍କ ଦ୍ୱାରା ପ୍ରତ୍ୟାଖାନ କରାଯିବା ପରେ କଂଗ୍ରେସ ପାର୍ଟି ଏହାର ସହଯୋଗୀ ଏବଂ ଟୁଲ୍‌କିଟ୍ ମିଶି ଭାରତରେ ଆର୍ଥିକ ଅରାଜକତା ଏବଂ ଅସ୍ଥିରତା ଆଣିବା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି । ଏହା ପୂର୍ବରୁ ବିଜେପି ନେତା କିରିଟ୍ ସୋମେୟା ମଧ୍ୟ ଏହି ମାମଲାରେ କଂଗ୍ରେସକୁ ଘେରି କହିଥିଲେ ଯେ ହିଣ୍ଡନମାର୍ଗର ଲୋକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବନ୍ଧୁ ଥାଇପାରନ୍ତି ।

ସୋମବାର ବଜାର ଲାଲ୍ ସଂକେତରେ ଖୋଲିଥିଲା । କିନ୍ତୁ ଦିନ ତମାମ୍ ସବୁଜ ସଂକେତରେ କରବାର କରିଥିଲା । ତେବେ ବଜାର ବନ୍ଦ ବେଳକୁ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୫୬.୯୯ ଅଙ୍କର ସାମାନ୍ୟ ହ୍ରାସ ସହ ବନ୍ଦ ହୋଇଛି । ସେହିପରି ଏନଏସଇ ନିଫ୍ଟି ମଧ୍ୟ ୨୦ ଅଙ୍କ ହ୍ରାସ ହୋଇ ବନ୍ଦ ହୋଇଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.