‘ହାଥ୍ ସେ ହାଥ୍ ଯୋଡୋ’ ଅଭିଯାନର ଲୋଗୋ ଜାରି, ମୋଦି ସରକାରଙ୍କ ବିରୋଧରେ କଂଗ୍ରେସର୨ ପୃଷ୍ଠିଆ ଚାର୍ଜସିଟ୍‌

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ ୨୧।୧: କଂଗ୍ରେସ କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ଶନିବାର ଦୁଇ ପୃଷ୍ଠାର ଚାର୍ଜସିଟ୍ ଜାରି କରିଛି, ଯେଉଁଥିରେ କେନ୍ଦ୍ର ସରକାରଙ୍କ ଖରାପ ନୀତି ଯୋଗୁ ଦେଶର ଜନତା ଆହତ ବୋଲି କଂଗ୍ରେସ ଅଭିଯୋଗ କରିଛି। ପାର୍ଟି ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଲ ଆମେ ଜାତୀୟ ସ୍ତରରେ ଏହି ଚାର୍ଜସିଟ୍‌ ଜାରି କରିଥିବା କହିଛନ୍ତି। ତେବେ ରାଜ୍ୟମାନଙ୍କରେ ପ୍ରଦେଶ କଂଗ୍ରେସ ସେଠାକାର ଶାସକ ବିଜେପି ଓ ଅନ୍ୟ ପାର୍ଟିଙ୍କ ସମ୍ପର୍କରେ ଚାର୍ଜସିଟ୍‌ ପ୍ରସ୍ତୁତ କରିବେ।

wp:html /wp:html

ଗଣମାଧ୍ୟମ ସହ ଆଲୋଚନାରେ ବେଣୁ ଗୋପାଲ କହିଛନ୍ତି ଯେ ୧୩୦ ଦିନର ଭାରତ ଯୋଡୋ ଯାତ୍ରାରେ ନାଗରିକଙ୍କଠୁ ଆମକୁ ଢେର ଇନ-ପୁଟ୍ ମିଳିଛି। ସେ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା କାଳରେ ରାହୁଲ ଶହଶହ ଲୋକଙ୍କ ସହ କଥା ହୋଇଛନ୍ତି। ଯେଉଁଥିରୁ ଆମେ ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଲୋକେ ପୀଡ଼ିତ ଥିବା ଆମେ ଜାଣିବାକୁ ପାଇଛୁ।

{"id":735996,"width":841,"height":555,"sizeSlug":"full","linkDestination":"none"}

ଏହି ଅବସରରେ ପାର୍ଟି ତାର ଆଗାମୀ କାର୍ଯ୍ୟକ୍ରମ ’ହାଥ୍ ସେ ହାଥ୍ ଯୋଡୋ’ ଅଭିଯାନର ମଧ୍ୟ ଘୋଷଣା କରିଛି। ଏହି ଯାତ୍ରା ସାରା ଦେଶରେ ଜାନୁୟାରୀ ୨୬ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ଦ୍ୱାରରୁ ଦ୍ୱାରକୁ ବୁଲି ପ୍ରଚାର କରାଯିବା ସହ ଭାରତ ଯୋଡୋ ଯାତ୍ରାର ବାର୍ତ୍ତା ଦେବ। ଏହି ଅବସରରେ କାର୍ଯ୍ୟକର୍ତ୍ତା ଲୋକଙ୍କ ହାତରେ କଂଗ୍ରେସ ଚାର୍ଜସିଟ୍‌ ପ୍ରଦାନ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.