ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଗେହଲଟଙ୍କ ଉପରେ କଂଗ୍ରେସ ହାଇକମାଣ୍ଡ ଖପ୍ପା, ଏବେ ଏଆଇସିସି ଅଧ୍ୟକ୍ଷ ରେସ୍‌ରେ ଆସୁଛି ଏହି ସବୁ ନେତାଙ୍କ ନାମ

27/09/2022 at 2:47 PM

ନୂଆଦିଲ୍ଲୀ ୨୭।୯: ସାଂପ୍ରତିକ ରାଜସ୍ଥାନ ରାଜନୀତିକୁ ନେଇ କଂଗ୍ରେସ ହାଇକମାଣ୍ଡ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିରେ ପାର୍ଟି ହାଇକମାଣ୍ଡ ଏବେ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏଥିରେ ଅଶୋକ ଗେହଲଟଙ୍କୁ ଦଳୀୟ ଅଧ୍ୟକ୍ଷ ନିର୍ବାଚନରୁ ବାଦ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ସୂତ୍ରାନୁସାରେ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଜସ୍ଥାନ ଘଟଣାକ୍ରମକୁ ନେଇ ଏବେ ନାରାଜ।

କାରଣ କଂଗ୍ରେସ ଶୀର୍ଷ ପଦରେ  ଅଶୋକ ଗେହଲଟ ତାଙ୍କ ଉତ୍ତରାଧିକାରୀ ହୋଇଥାନ୍ତେ। ତେବେ ଇତିମଧ୍ୟରେ ଯାହା ସବୁ ହୋଇଗଲା ଏହାକୁ ନେଇ ଏବେ ଗେହଲଟଙ୍କ ବଦଳେ କଂଗ୍ରେସ ଅଧ୍ୟକ୍ଷପଦବୀ ନିମନ୍ତେ ଅନ୍ୟ ନେତାଙ୍କ ନାମ ଶୁଣାଗଲାଣି। ଏଥିରେ କେ.ସି. ବେଣୁଗୋପାଲ, କମଲନାଥ, ଦିଗବିଜୟ ସିଂହ, ମୁକୁଲ ୱାସନିକ, ମଲ୍ଲିକାର୍ଜୁନ ଖଡଗେ ଓ କୁମାରୀ ଶୈଲଜାଙ୍କ ନାମ ଉଠୁଛି।

ରାଜସ୍ଥାନ ସଂକଟ ଦୂର କରିବା ପାଇଁ ହାଇକମାଣ୍ଡ ନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ନଜରରେ ରଖି ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ଆଲୋଚନା କରିଛନ୍ତି। ଗେହଲଟଙ୍କ ସହ କମଲନାଥଙ୍କ ସମ୍ପର୍କ ଭଲ। ଏଥିରେ ସେ ସଂକଟ ସମାଧାନରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ସେପଟେ ରାଜସ୍ଥାନରେ ବିଧାୟକ ବିଦ୍ରୋହ ଆଡକୁ ମୁହାଁଇବା ପରେ ଖଡଗେ ଓ ମାକନ ଦିଲ୍ଲୀ ଫେରି ଆସିଥିଲେ। ସେମାନେ ଏଠାରେ ସୋନିଆ ଗାନ୍ଧିଙ୍କୁ ଭେଟିଥିବା ବେଳେ ଅନୁଷ୍ଠିତ ବୈଠକରେ ସଙ୍ଗଠନ ସମ୍ପାଦକ କେ.ସି.ବେଣୁ ଗୋପାଳ ମଧ୍ୟ ଉପସ୍ଥିତ ଥିଲେ। ସୋନିଆ ଗାନ୍ଧିଙ୍କ ସହ ଦୀର୍ଘ ଦେଢଘଣ୍ଟାରୁ ଅଧିକକାଳ ଧରି ଚାଲିଥିବା ବୈଠକରେ ଅଧ୍ୟକ୍ଷା ଘଟଣାକ୍ରମ ଉପରେ ଲିଖିତ ରିପୋର୍ଟ ଦେବାକୁ କହିଥିଲେ।  

   Related Posts