ଅଜିତ ପଓ୍ବାରଙ୍କ ଏନସିପି ଛାଡ଼ିବା ପରେ ବଦଳିଲା ଏମଭିଏ ସମୀକରଣ, ଏଲଓପି ଦାବି କଲା କଂଗ୍ରେସ

Published By : Prameya-News7 Bureau | July 03, 2023 IST

ନୂଆଦିଲ୍ଲୀ, ୦୩/୦୭: ମହାରାଷ୍ଟ୍ର ରାଜନୀତିରେ ଦେଖାଦେଇଛି ବଡ଼ ଧରଣର ରାଜନୀତିକ ସଙ୍କଟ। ରବିବାର, ଏନସିପି ମୁଖ୍ୟ ଶରଦ ପଓ୍ବାରଙ୍କ ପୁତୁରା ଅଜିତ ପଓ୍ବାର ଦଳ ଛାଡ଼ି ସିନ୍ଦେ-ବିଜେପି ଗୋଷ୍ଠୀରେ ଦେବା ପରେ ବଦଳିଛି ମହାରାଷ୍ଟ୍ର ରାଜନୀତିକ ସମୀକରଣ। ଅଜିତଙ୍କ ଦଳ ଛାଡ଼ିବା ପରେ ପରେ, ଶିବସେନା ଭଳି ଦୁଇ ଫାଳ ହୋଇଛି ଏନସିପି। ଅଜିତ ଏବଂ କିଛି ବିଧାୟକ ଦଳ ଛାଡ଼ିବା ପରେ ଏନସିପି ମହାରାଷ୍ଟ୍ରରେ ସବୁଠୁ ଅଧିକ ବିଧାୟକ ଥିବା ଦଳ ମାନ୍ୟତା ହରାଇଛି। ଏମିତିରେ ବିରୋଧୀ ଦଳ ନେତା ପଦବୀ (ଏଲଓପି) ଦାବି କରିଛି କଂଗ୍ରେସ। କାରଣ ବର୍ତ୍ତମାନ ମହରାଷ୍ଟ୍ରରେ କଂଗ୍ରେସ ପାଖରେ ଅଧିକ ବିଧାୟକ ରହିଛନ୍ତି।

ଆଉ କଂଗ୍ରେସର ଏଲଓପି ଦାବି ପରେ ମହରାଷ୍ଟ୍ରରେ ଏମଭିଏର ସମୀକରଣ ବଦଳିବାରେ ଲାଗିଛି। ପ୍ରକୃତରେ ବିଧାନସଭାରେ ବିରୋଧୀ ଦଳ ପଦରେ ଏନସିପି ନେତା ଭାବରେ ରହିଥିଲେ। ଆଉ ରବିବାର ହୋଇଥିବା ସତ୍ତା ପରିବର୍ତ୍ତନ ପରେ ଅଜିତ ପଓ୍ବାର ଏକନାଥ ସିନ୍ଦେ-ବିଜେପି ମେଣ୍ଟ ସହ ଯୋଗ ଦେବାପରେ ବିଧାନସଭା ବିରୋଧୀ ଦଳ ନେତା ପଦ ଖାଲି ହୋଇଥିଲା। ଏନସିପି ଏହି ପଦକୁ ଭରିବା ପାଇଁ ତୁରନ୍ତ ଜିତେନ୍ଦ୍ର ଅଓ୍ବଧଙ୍କୁ ନିୟୋଜିତ କରିଥିଲେ।

କିନ୍ତୁ କଂଗ୍ରେସ ନିଜ ପାଖରେ ଅଧିକ ବିଧାୟକ ଥିବା ଦର୍ଶାଇ ବିରୋଧୀ ଦଳ ନେତା ପଦ ପାଇଁ ଦାବି କରିଛି।କଂଗ୍ରେସ ନେତା ବାଲାସାହେବ ଥୋରାଟ କହିଛନ୍ତି ଯେ, ଏଲଓପି ସେହି ପାର୍ଟୀକୁ ମିଳିଥାଏ ଯାହା ପାଖରେ ବିଧାୟକଙ୍କ ସଂଖ୍ୟା ଅଧିକ ଥାଏ ତେଣୁ ଏଲଓପି ଆମର ହେବ। ଥୋରାଟଙ୍କ ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ, ଅଜିତ ପଓ୍ବାରଙ୍କ ଦଳ ଛାଡ଼ିବା ପରେ ଏନସିପି ଜିତେନ୍ଦ୍ର ଅଓ୍ବଧଙ୍କୁ ବିରୋଧୀ ଦଳ ନେତା ଭାବରେ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ବିରୋଧୀ ଦଳ ନେତାରୁ ୧ ଘଣ୍ଟାରେ ଅଜିତ୍ ପାଓ୍ଵାର ଡେପୁଟୀ ସିଏମ, ଗୋଟିଏ ତୀରରେ ବିଜେପିର ୩ ଶିକାର

ପ୍ରକୃତରେ ଅଜିତ ପଓ୍ବାର ନିଜ ସହ ୮ ବିଧାୟକଙ୍କୁ ଦଳରୁ ନେଇଛନ୍ତି। ଫଳରେ ଏନସିପିର ନମ୍ବର ବିଧାନସଭାରେ ୫୩ରୁ ୪୪ ହୋଇଛି। ଆଉ କଂଗ୍ରେସ ପାଖରେ ୪୫ ବିଧାୟକ ରହିଛନ୍ତି। ଏହି ଦୃଷ୍ଟିରୁ କଂଗ୍ରେସ ବିରୋଧୀ ଦଳ ନେତା ପଦ ପାଇଁ ନିଜକୁ ଦାବିଦାର କରିଛି। ଶରଦ ପଓ୍ବାର ମଧ୍ୟ କଂଗ୍ରେସର ଦାବିକୁ ମାନିବା ସହ କଂଗ୍ରେସର ଦାବିକୁ ଯଥୋଚିତ କହିଛନ୍ତି। ତେବେ କୁହାଯାଉଛି ଯେ, ବିରୋଧୀ ଦଳ ମାନ୍ୟତା ମିଳିବା ପରେ ଏମଭିଏ ମହାମେଣ୍ଟରେ କଂଗ୍ରେସ ବିରୋଧୀ ଦଳ ଭାବରେ ଫାଇଦା ନେବ। ଥୋରାଟ ମଧ୍ୟ କହିଛନ୍ତି ଯେ, ଏହା ଆମ ପାଇଁ ସୁଯୋଗ ଏମଭିଏରେ ଆମର ସ୍ଥାନ ଆହୁରି ଦୃଢ଼ ହେବ।

ତେବେ କଂଗ୍ରେସରୁ କିଛି ନେତା ଦଳ ଛାଡ଼ିବା କଥାକୁ ସେ ଖଣ୍ଡନ କରିଛନ୍ତି । ​‌ସେ କହିଛନ୍ତି କଂଗ୍ରେସ ନେତା ବିଧାୟକ ସବୁବେଳେ ଏକାଠି ଅଛନ୍ତି। ପୂର୍ବରୁ ଆମେ ୪୪ ଥିଲୁ ଏବେ ୪୫ ଅଛୁ। ଆମ ଧ୍ୟାନ ଏମଭିଏ ପାଇଁ ଭଲ କାମ କରିବା ରହିଛି। ରାଜ୍ୟରେ କଂଗ୍ରେସ ନିଜେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସୋମବାର ସକାଳେ ଶରଦ ପଓ୍ବାର ମହରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ ଯଶଓ୍ବନ୍ତରାଓ ଚାଭନଙ୍କୁ କରାଦସ୍ଥିତ ବାସଭବନକୁ ଯାଇ ଭେଟିଥିଲେ ଏବଂ ବଳ ପ୍ରଦର୍ଶନ କରିଥିଲେ। ତାଙ୍କ ସହ କଂଗ୍ରେସ ନେତା ପୃଥିବୀରାଜ ଚାଭନ ମଧ୍ୟ ରହିଥିଲେ।

ଆହୁରି ପଢ଼ନ୍ତୁ: ସୁନୀଲ ତଟକରେଙ୍କୁ ପାର୍ଟିରୁ ବାହାର କଲେ ଶରଦ ପାୱାର, ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ ଭାବେ ନିଯୁକ୍ତି ଦେଲେ ପ୍ରଫୁଲ ପଟେଲ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.