ଗୁଜରାଟ ନିର୍ବାଚନ ଲାଗି କଂଗ୍ରେସର ନୂଆ ଫର୍ମୂଲା, ଅଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ଉପରେ ଗୁରୁଦାୟିତ୍ୱ

Published By : Prameya-News7 Bureau | November 01, 2022 IST

ନୂଆଦିଲ୍ଲୀ ୧।୧୧: କଂଗ୍ରେସର ନବ ନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ତାଙ୍କ ଦାୟିତ୍ୱ ଗ୍ରହଣ କରିବାପରେ ସିଧା ନିର୍ବାଚନର ସମ୍ମୁଖୀନ ହୋଇଛନ୍ତି।  ଏଣୁ ଅହ୍ୱାନକୁ ଦୃଷ୍ଟିରେ ରଖି ହିମାଚଳ ଓ ଗୁଜରାଟ ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି। ରଣନୀତି ଅନୁସାରେ ଗୁଜରାଟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ମୁକାବିଲା ଲାଗି ଅଶୋକ ଗେହଲୋଟ ଓ ପାଇଲଟଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ପାର୍ଟି ନିଜର ଷ୍ଟାର ପ୍ରଚାରକଙ୍କ ସୂଚୀ ଜାରି କରିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷଖ କରାଯାଇଛି।

{"id":703409,"width":842,"height":518,"sizeSlug":"full","linkDestination":"none"}

ତେବେ ସବୁଠୁ ଯାହା ଖାସ୍ କଥା ତାହା ହେଉଛି ପୂର୍ବତନ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ଷ୍ଟାର ପ୍ରଚାରକ କରାଯିବା। ବର୍ତ୍ତମାନ ପାଇଲଟ ନା କ୍ଷମତାରେ ଅଛନ୍ତି ନା ସଙ୍ଗଠନରେ। ତଥାପି ତାଙ୍କ ଉପରେ ପାର୍ଟି ଆସ୍ଥା ସ୍ଥାପନ କରିଛି। ଗୁଜରାଟ ଓ ହିମାଚଳରେ ଆଗାମୀ ମାସରେ ନିର୍ବାଚନ ହେବାକୁ ଅଛି। ସେପଟେ ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଅସନ୍ତୋଷ ଦୂର ଲାଗି ମଧ୍ୟ ନୂଆ କଂଗ୍ରେସ ଅଧ୍ୟକ୍ଷ ତାଙ୍କର ଚାଲ ଚଳେଇ ଦେଇଛନ୍ତି।

{"id":703410,"sizeSlug":"large","linkDestination":"none"}

ଗୁଜରାଟ ନିର୍ବାଚନ ଲାଗି ରାଜସ୍ଥାନ କଂଗ୍ରେସର ଅନ୍ୟ ନେତାଙ୍କ ଉପରେ ମଧ୍ୟ ଦାୟିତ୍ୱ ଛାଡିଛନ୍ତି ଖଡଗେ। ଗେହଲୋଟଙ୍କ ବରିଷ୍ଠ ପର୍ଯ୍ୟବେକ୍ଷକ ଓ ପାଇଲଟଙ୍କୁ ଷ୍ଟାର ପ୍ରଚାରକ କରାଯାଇଥିବା ବେଳେ ରଘୁ ଶର୍ମାଙ୍କୁ କଂଗ୍ରେସ ପାର୍ଟି ରାଜସ୍ଥାନ ପ୍ରଭାରୀ ନିଯୁକ୍ତ କରିଛି। ହିମାଚଳରେ ମଧ୍ୟ ଗେହଲୋଟଙ୍କ ନିର୍ବାଚନ ପ୍ରଚାରରେ ସାମିଲ କରାଯାଇଛି। ତେବେ ଏଠାରେ ସଚ୍ଚିନ ପାଇଲଟ ନିର୍ବାଚନ ପର୍ଯ୍ୟବେକ୍ଷକ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.