ନିର୍ବାଚନରେ କାହିଁକି ପରାଜୟ ଭୋଗିଲା କଂଗ୍ରେସ ? ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ଗଠନ ହେଲା ୬ଟି ସବ୍ କମିଟି
10/06/2019 at 12:10 PM

ଭୁବନେଶ୍ୱର ୧୦/୬ : ବିପର୍ଯ୍ୟୟର କାରଣ ଖୋଜିବାକୁ ପ୍ରଦେଶ କଂଗ୍ରେସ ୬ଟି ସବ୍ କମିଟି ଗଠନ କରିଛି । ପ୍ରଦେଶ କଂଗ୍ରେସ କମିଟିର ତଥ୍ୟ ଅନୁସନ୍ଧାନ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏହିସବୁ ସବ୍ କମିଟି ଗଠନ କରିଛନ୍ତି । ପ୍ରତ୍ୟେକ ସବ୍ କମିଟିରେ ଜଣେ ଲେଖାଏଁ ଆବାହକ ଥିବାବେଳେ ଦୁଇ ଜଣ ସଦସ୍ୟ ରହିଛନ୍ତି । ଏମାନେ ଜିଲ୍ଲାରୁ ଜିଲ୍ଲାକୁ ବୁଲି ବିପର୍ଯ୍ୟୟର କାରଣ ଖୋଜିବେ । ୩୦ ତାରିଖ ପୂର୍ବରୁ କମିଟି ରିପୋର୍ଟ ପ୍ରଦାନ କରିବା ।
୧ ନମ୍ବର ସବ୍ କମିଟି ସାନଖେମୁଣ୍ଡି ଆବାହକ ରହିଛନ୍ତି ରମେଶ ଜେନା । ୨ ନମ୍ବର ସବ କମିଟି ଆବାହକ ଅଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୁକିମ, ସବ୍ କମିଟି ୩ରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସବ୍ କମିଟି ୪ରେ ପୂର୍ବତନ ବିଧାୟକ ଜର୍ଜ ତିର୍କି, ସବ୍ କମିଟି ୫ରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ସବ୍ କମିଟି ୬ରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଆବାହକ ଅଛନ୍ତି । ଏମାନେ ଆଶାୟୀ, ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକଙ୍କ ସହ ମିଶି ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବେ । ରିପୋର୍ଟ ଆସିବା ପରେ ସାଙ୍ଗଠନିକ ପରିବର୍ତ୍ତନ ନେଇ ଆଲୋଚଲା ହେବ ବୋଲି କହିଛନ୍ତି ନରସିଂହ ମିଶ୍ର ।