ପ୍ରତିଷ୍ଠା ଦିବସରେ ପତାକା ଉତ୍ତୋଳନ କରୁଥିଲେ କଂଗ୍ରେସ ଅଧ୍ୟକ୍ଷା : ହେଲେ ଖସିପଡିଲା ଦଳୀୟ ପତାକା, ଆଉ ତା ପରେ...

Published By : Prameya-News7 Bureau | December 28, 2021 IST

ନୂଆଦିଲ୍ଲୀ ୨୮/୧୨: କଂଗ୍ରେସର ୧୩୭ ତମ ଫାଉଣ୍ଡେସନ ଦିବସ ପାଳନ ଅବସରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା । ବାସ୍ତବରେ ପାର୍ଟି କାର୍ଯ୍ୟାଳୟରେ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଆୟୋଜିତ ହୋଇଥିଲା । ଯେଉଁଥିରେ ଶ୍ରମିକମାନଙ୍କ ସହିତ କଂଗ୍ରେସର ଅନେକ ବଡ଼ ନେତା ମଧ୍ୟ ସାମିଲ ହୋଇଥିଲେ ।

wp:html /wp:html

ଏହି ସମାରୋହରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିଲା । ପତାକା ଉତ୍ତୋଳନ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଂଥିରେ ଦେଖିବାକୁ ମିଳିଛି ସୋନିଆ ଗାନ୍ଧି ପତାକା ଉତ୍ତୋଳନ କରୁ କରୁ ହଠାତ୍ ପତାକା ଛିଡି ତାଙ୍କ ହାତ ଉପରେ ପଡ଼ିଯାଇଥିଲା ।

ତେବେ ସୌଭାଗ୍ୟ ବଶତଃ ପତାକାଟି ତଳେ ନପଡି ସୋନିଆଙ୍କ ହାତରେ ପଡିଯାଇଥିଲା । ହେଲେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସୂଚନା ଥାଉକି, ଲଗାତାର ଦୁଇଟି ଲୋକସଭା ନିର୍ବାଚନରେ ​​ହାରି ଆଞ୍ଚଳିକ ଦଳ ସାମ୍ନାରେ ପ୍ରଭାବହୀନ ହୋଇପଡିଥିବା କଂଗ୍ରେସ ଏବେ ନିଜର ଭିତ୍ତିଭୂମିକୁ ଆହୁରି ମଜବୁତ କରିବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.