Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

କୁଳଦୀପ ବିଷ୍ଣୋଇଙ୍କୁ ଦଳରୁ ବିଦା କଲା କଂଗ୍ରେସ, ରାଜ୍ୟସଭା ନିର୍ବାଚନରେ କରିଥିଲେ କ୍ରସ ଭୋଟିଂ

11/06/2022 at 7:43 PM

ନୂଆଦିଲ୍ଲୀ: ହରିୟାଣା ରାଜ୍ୟସଭା ନିର୍ବାଚନରେ କଥିତ ରୂପେ କ୍ରସ ଭୋଟିଂ ପାଇଁ ବରିଷ୍ଠ ନେତା କୁଳଦୀପ ବିଷ୍ଣୋଇଙ୍କୁ ଦଳରୁ ବିଦା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ରାଜ୍ୟସଭା ନିର୍ବାଚନରେ ଅଜୟ ମାନକଙ୍କ ପରାଜୟ ପରେ କୁଳଦୀପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଏକ ପ୍ରକାର ନିଶ୍ଚିତ ଥିଲା। ତେବେ ଏହା ପୂର୍ବରୁ କୁଳଦୀପ ମଧ୍ୟ ଦଳରେ ଅସନ୍ତୁଷ୍ଟ ଥିଲେ। ଏହି ସବୁ କାରଣରୁ ବିଧାୟକ କୁଳଦୀପ ବିଷ୍ଣୋଇଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳରୁ ବିଦା କରାଯାଇଛି।

ଦଳର ସଂଗଠନ ମହାସଚିବ କେସି ବେଣୁଗୋପାଲଙ୍କ ଅନୁସାରେ, ସୋନିଆ ଗାନ୍ଧୀ ବିଷ୍ଣୋଇଙ୍କୁ କଂଗ୍ରେସର କାର୍ଯ୍ୟକାରୀ ସମିତିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସହ ପାର୍ଟିର ସବୁ ଦାୟିତ୍ୱରୁ ତତ୍କାଳ ପ୍ରଭାବରୁ ହଟାଇଛନ୍ତି । ସୂତ୍ର ଅନୁସାରେ କଂଗ୍ରେସ ପକ୍ଷରୁ ହରିୟାଣା ବିଧାନସଭା ଅଧ୍ୟକ୍ଷଙ୍କୁ ବିଷ୍ଣୋଇଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଅପିଲ କରାଯାଇପାରେ।

କଂଗ୍ରେସକୁ ଝଟକା ଦେଇ ବିଜେପିର କୃଷ୍ଣ ଲାଲ ପାୱର ଏବଂ ପାର୍ଟିର ସମର୍ଥିତ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ହରିୟାଣାରୁ ରାଜ୍ୟସଭାର ଦୁଇ ଆସନରେ ବିଜୟୀ ହୋଇଥିଲେ। ନିର୍ବାଚନ ଆୟୋଗ ଶୁକ୍ରବାର ବିଳମ୍ୱିତ ରାତିରେ ପରିମାଣ ଘୋଷଣା କରିଥିଲେ । ନିର୍ବାଚନ ନିୟମର ଉଲ୍ଲଘଂନ ଅଭିଯୋଗରେ ମତଗଣନା ୭ ଘଣ୍ଟା ବିଳମ୍ୱରେ ହୋଇଥିଲା ଏବଂ ରାତି ପ୍ରାୟ ୨ଟାରେ ରେଜଲ୍ଟ ଘୋଷଣା କରାଯାଇଥିଲା।

   Related Posts