ବଡ଼ଚଣାରେ ନିର୍ବାଚନୀ ଉସ୍ମତା, ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ କଂଗ୍ରେସର କସରତ

Published By : Prameya-News7 Bureau | May 27, 2024 IST

ଚଣ୍ଡିଖୋଲ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ନିର୍ବାଚନୀ ପ୍ରଚାର। ହାତରେ ଆଉ ଅଳ୍ପ ଦିନଥିବାବେଳେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ଯାଜପୁର ବଡଚଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ। 

ଏହିକ୍ରମରେ ବଡଚଣା କଂଗ୍ରେସ ପାର୍ଥୀ ଅଜୟ ସାମଲ ପ୍ରଚାରକୁ ଜୋରଦାର କରିଛନ୍ତି। ବଡ଼ଚଣା ନିର୍ବାଚନ ମଣ୍ଡଳୀର ୧୮ ନମ୍ବର ଜୋନରେ କଂଗ୍ରେସ ପକ୍ଷରୁ ଅଜୟ ସାମଲ ପ୍ରଚାର କରିଛନ୍ତି। ନିଜ ସମର୍ଥକଙ୍କ ସହ ବାଇକ ରାଲିରେ ଯାଇ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅଜୟ ସାମଲ।କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଘର ଘର ବୁଲି ବାଣ୍ଟିଛନ୍ତି। ଯେଉଁଭଳି ଲୋକଙ୍କ ସମର୍ଥନ ମିଳୁଛି ଆଗାମୀ ଦିନରେ କଂଗ୍ରେସକୁ ଭଲ ସଫଳତା ମିଳିବ ବୋଲି କହିଛନ୍ତି ଅଜୟ ସାମଲ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.