ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ବ
3/10/2020 at 8:44 PM

ଭୁବନେଶ୍ବର ୩।୧୦: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ନିର୍ବାଚନୀ ଉସ୍ମତା ଦେଖିବାକୁ ମିଳିଛି । ବିଭିନ୍ନ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ତେବେ ତିର୍ତ୍ତୋଲ ଉପନିର୍ବାଚନର ସୁପରିଚାଳନା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ବ୍ଲକ୍ ଓ୍ବାରୀ ଦାୟିତ୍ବ ବାଣ୍ଟିଛନ୍ତି । ରଘୁନାଥପୁର ବ୍ଲକ୍ ପାଇଁ ଗୁରୁପଦ ନନ୍ଦ ଓ ମାନସ ଚୌଧୁରୀଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ବିରିଡି ବ୍ଲକ୍ ପାଇଁ ବନ୍ଦିତା ପରିଡା ଓ ଗଣେଶ୍ବର ବେହେରାଙ୍କୁ ଦାୟିତ୍ବ ଦିଆଯାଇଛି । ତିର୍ତ୍ତୋଲ ବ୍ଲକ୍ ପାଇଁ ଅମରନାଥ ପ୍ରଧାନ, ଶୁଭେନ୍ଦୁ ମହାନ୍ତି ଓ ଅରିନ୍ଦମ ସର୍କେଲଙ୍କୁ ଦାୟିତ୍ବ ଦିଆଯାଇଛି ।
ଅନ୍ୟପଟେ ଉପନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ମଧ୍ୟ କଂଗ୍ରେସ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଓ ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।
ସେହିପରି ଭକ୍ତ ଚରଣ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ରଞ୍ଜୀବ ବିଶ୍ବାଳ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ୍, ଅଧିରାଜ ମୋହନ ପାଣିଗ୍ରାହୀ, ଦାସରଥୀ ଗମାଙ୍ଗ, ସି ଏସ ରାଜନ ଏକ୍କା, ଗଣେଶ୍ବର ବେହେରା, ଅମରନାଥ ପ୍ରଧାନ, ଶରତ ରାଉତ, ଅଂଶୁମାନ ମହାନ୍ତି, ଦେବେନ୍ଦ୍ରନାଥ ଶର୍ମା, ଚିନ୍ମୟ ପ୍ରସାଦ ବେହୁରା, ସଂଗ୍ରାମ କେଶରୀ ଜେନା, ବିଶ୍ବରଞ୍ଜନ ମହାନ୍ତି, ସତ୍ୟପ୍ରକାଶ ନାୟକ, ବନ୍ଦିତା ପରିଡା, ସ୍ମୃତିରେଖା ପହି, ଉମେଶ ଜେନା, ନଳିନୀ ସ୍ବାଇଁ, ମନୀଷା ତ୍ରିପାଠୀ, ଶୁଭଶ୍ରୀ ପଣ୍ଡା, ଦେବ ପ୍ରସାଦ ନାୟକ, ମନୋଜ ବିଶ୍ବାଳ, ସ୍ମୃତିରଞ୍ଜନ ଲେଙ୍କା, ଶୁଭେନ୍ଦୁ ମହାନ୍ତି, ମାନସ ଚୌଧୁରୀ, ଅରିନ୍ଦମ ସର୍କେଲ, ଗୁରୁପଦ ନନ୍ଦ, ଦେବାଶିଷ ପଟ୍ଟନାୟକ, ସୁରେଶ ମହାପାତ୍ର, ପ୍ରଫୁଲ୍ଲ ଦାସ, ଅଭିଷେକ ମହାନନ୍ଦ, ଅମୀୟ କୁମାର ପଟ୍ଟନାୟକ, ବିଶ୍ବଭୂଷଣ ଦାସ, ନିଶିକାନ୍ତ ମିଶ୍ର, ଅନନ୍ତ ପ୍ରସାଦ ସେଠୀ, ସସ୍ମିତା ବେହେରା, ଲଲାଟେନ୍ଦୁ ମହାପାତ୍ର, ଅଜିତ୍ କୁମାର ମଙ୍ଗରାଜ, ସୁଦର୍ଶନ ଦାସ, ନାରାୟଣ ପ୍ରସାଦ ଜେନା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜର୍ଜ ତିର୍କୀ, ଜ୍ଞାନଦେବ ବେଉରା ଓ ଆକାଶ ଭୂୟାଁ ପ୍ରମୁଖ ନେତୃବୃନ୍ଦଙ୍କୁ ଦାୟିତ୍ବ ଦିଆଯାଇଛି ।